ରାଉରକେଲାରେ କାଉ ମଡକ ; ବ୍ଲାର୍ଡ ଫ୍ଲୁ ଆଶଙ୍କା
14/12/2018 at 3:40 PM

ରାଉରକେଲା ୧୪|୧୨: ରାଉରକେଲାରେ କାଉ ମଡକ। ସହରର ବନ୍ଧମୁଣ୍ଡା ଡିଜେଲ କଲୋନୀ ସହ ସେକ୍ଟର (ଇ) ଭୂତ ବଙ୍ଗଳା ଅଚଂଳରେ କିଛି ଦିନ ହେଲା ଦେଖିବାକୁ ମିଳୁଛି କାଉ ମଡକ । ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରାଯାଉଛି । ଭୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
ଗତ ୨୦୧୬ ମସିହା ଡିସେମ୍ବର ମାସରେ ରାଉରକେଲାରେ ବାର୍ଡ ଫ୍ଲୁ ହୋଇଥିଲା । ପ୍ରଶାସନ ପକ୍ଷରୁ ସଚେତନତା କରାଯିବା ସହ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଥିଲା। ପୁଣି ଦୁଇ ବର୍ଷ ପରେ ରାଉରକେଲାରେ କାଉ ମଡକ ଦେଖାଦେଇଛି । ଖବର ପାଇବା ପରେ ଆଜି ପ୍ରାଣୀ ଉଦ୍ୟାନବିଭାଗର ଏକ ଡାକ୍ତର ଦଳ କାଉ ମଡକ ହୋଇଥିବା ଅଚଂଳକୁ ଯାଇ ଅନୁଧ୍ୟାନ କରିବା ସହ ମୃତ କାଉମାନଙ୍କୁ ପରୀକ୍ଷା କରିବା ସହ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ କାରଣ ଯୋଗୁଁ କାଉ ମଡକ ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବ୍ଲାର୍ଡ ଫ୍ଲୁ ହୋଇଥିବା ନେଇ ଅନୁମାନ କରାଯାଉଛି ।