Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମହାରାଷ୍ଟ୍ରରେ ୪୭ ଥର ରଙ୍ଗ ପରିବର୍ତ୍ତନ କରିଛି ଭୂତାଣୁ, ତୃତୀୟ ଲହର ହୋଇପାରେ ସାଂଘାତିକ

8/06/2021 at 8:12 AM

ମହାରାଷ୍ଟ୍ର ୮/୬ : କରୋନା ଭାଇରସ ମ୍ୟୁଟେସନକୁ ଯେଉଁ ତଥ୍ୟ ଆସିଛି ତାହା ଶୁଣିଲେ ହୁଏତ ଆପଣକୁ ଝଟକା ଲାଗିପାରେ କିନ୍ତୁ ଏହା ସତ୍ୟ । ବୈଜ୍ଞାନିକମାନେ ରିସର୍ଚ୍ଚ କରି କହିଛନ୍ତି ଗୋଟିଏ ରାଜ୍ୟରେ ଭୂତାଣୁ ୪୭ ଥର ତାର ରୂପ ବଦଳାଇଛି । ଅବଶିଷ୍ଟ ରାଜ୍ୟଗୁଡିକରେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ । ବୈଜ୍ଞାନିକମାନେ ସତର୍କ କରାଇଛନ୍ତି ଯଦି ସାବଧନତା ଅବଲମ୍ବନ ନକରାଯଏ ତେବେ ତୃତୀୟ ଲହର ଆହୁରି ସାଂଘାତିକ ହୋଇପାରେ ।

କାରଣ ଭାଇରସର ମ୍ୟୁଟେସନ ଖୁବଶୀଘ୍ର ପରିବର୍ତ୍ତନ ଘଟୁଛି । କେବଳ ମହାରାଷ୍ଟ୍ର ଉପରେ ରିସର୍ଚ୍ଚରୁ ଜଣାପଡିଛି ଯେ ତିନିମାସ ମଧ୍ୟରେ ବିଭିନ୍ନ ଜିଲ୍ଲାର ଲୋକଙ୍କ ମଧ୍ୟରେ ନୂତନ ପ୍ରକାରର ଭାରଆଣ୍ଟ ଦେଖଦେଇଛି । ବୈଜ୍ଞାନିକମାନେ ମଧ୍ୟ ଆଶଙ୍କା କରିଛନ୍ତି ଯେ ପ୍ଲାଜମା, ରେମଡିସିଭର୍ ଏବଂ ଷ୍ଟେରଏଡ ଧାରଣ କରିଥିବା ଔଷଧର ବ୍ୟାପକ ବ୍ୟବହାର ଯୋଗୁଁ ଏହାର ପରିବର୍ତ୍ତନକୁ ପ୍ରୋତ୍ସାହନ ଯୋଗାଇଛି । ସେଥିପାଇଁ ଅନ୍ୟ ରାଜ୍ୟରେ ମଧ୍ୟ କ୍ରମ ବୃଦ୍ଧି କରିବାର ଆବଶ୍ୟକତା ଅଛି ।

ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି), ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ସେଣ୍ଟର ଫର ରୋଗ ନିୟନ୍ତ୍ରଣ (ଏନସିଡିସି)ର ଏହି ମିଳିତ ଅଧ୍ୟୟନରେ ମହାରାଷ୍ଟ୍ରର ଜିଲ୍ଲା ଓ୍ୱାରି ସ୍ଥିତିକୁ ସର୍ବାଧିକ ସଂଖ୍ୟକ ଅନ୍ତର୍ଭୁକ୍ତ କରାଯାଇଥିଲା । କାରଣ ଦେଶରେ କରୋନା ସଂକ୍ରମଣ ଗତ ଏକ ବର୍ଷ ମଧ୍ୟରେ ଏହି ରାଜ୍ୟରେ ସର୍ବାଧିକ ଥିଲା । NIV ର ଡକ୍ଟର ପ୍ରଜ୍ଞା ଯାଦବ କହିଛନ୍ତି ଯେ ଗତ ଫେବୃଆରୀ ମାସରୁ ମହାରାଷ୍ଟ୍ରରେ ଜୀବାଣୁଙ୍କର S ପ୍ରୋଟିନରେ ସର୍ବାଧିକ ପରିବର୍ତ୍ତନ ହୋଇଛି । ପ୍ରତ୍ୟେକ ପରିବର୍ତ୍ତନ ବିଷୟରେ ସୂଚନା ନିଆଯାଉଛି ।

   Related Posts