ଲକ୍‌ଡାଉନ୍‌ରେ ୪୦୦ କୋଟି ହରାଇଛୁ, ଦରମା ଦେଇ ପାରିବୁ ନାହିଁ: ତିରୁପତି ଟ୍ରଷ୍ଟ

Published By : Prameya-News7 Bureau | May 11, 2020 IST

ତିରୁପତି ୧୧।୦୫: ଲକ୍‌ଡାଉନ୍‌ କାରଣରୁ ଅଧିକାଂଶ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ସେଥି ମଧ୍ୟରୁ ଧାର୍ମିକ ପୀଠ ଗୋଟିଏ।  ଏହି ଲକ୍‌ଡାଉନ୍‌ ଯୋଗୁଁ ବିଶ୍ଵର ବିତ୍ତଶାଳୀ ମନ୍ଦିର ଟ୍ରଷ୍ଟ ତିରୁମାଲା ତିରୁମତି ଦେବସ୍ଥାନ(TTD)ର ୪୦୦ କୋଟି ଟଙ୍କାର ରାଜସ୍ଵହାନୀ ଘଟିଛି। ତେଣୁ ମନ୍ଦିର ପ୍ରଶାସନ ପାଖରେ ମନ୍ଦିର କର୍ମକର୍ତ୍ତା ପର୍ଯ୍ୟାପ୍ତ ଅର୍ଥ ନାହିଁ।

ଟିଟିଡିର ଆନୁଷ୍ଠାନିକ ସୂଚନା ଅନୁଯାୟୀ ମନ୍ଦିର ପ୍ରଶାସନ ପୂର୍ବରୁ ଦରମା, ପେନସନ ଏବଂ ଅନ୍ୟ ନିଶ୍ଚିତ ଖର୍ଚ୍ଚ  ବାବଦରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛି। ନିଜର ଆଠ ଟନ ସୁନାର ସଂରକ୍ଷିତ ଭଣ୍ଡାର ଏବଂ ୧୪୦୦୦ କୋଟି ଟଙ୍କାର ନିଶ୍ଚିତ ଜମାକୁ ନ ଛୁଇଁ ମନ୍ଦିର ପ୍ରଶାସନ ଏହି ସଙ୍କଟ ଟାଳିବା ଲାଗି ଅନ୍ୟ ଉପାୟ ଉପରେ ବିଚାର ବିମର୍ଶ କରୁଛନ୍ତି।

୨୦୨୦-୨୧ ପାଇଁ ମାନବ ସମ୍ବଳ ପାଇଁ ଟିଟିଡି ୧୩୮୫.୦୯ କୋଟି ଟଙ୍କା ପୈଠ କରିଛି। ବେତନ ଏବଂ ପେନସନ ଲାଗି ମନ୍ଦିର ପ୍ରଶାସନକୁ ପ୍ରତି ମାସରେ ୧୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।  ଏହା ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଆକାରରେ ଆର୍ଥିକ ସହାୟତା ବିସ୍ତାର କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.