Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଜିଲା ମୁଦି ମିଳିଲା ୪୭ ବର୍ଷ ପରେ , କିପରି ଘଟିଲା ଏପରି ଚମତ୍କାର ?

 ନ୍ୟୁୟର୍କ ୧୭.୦୨- କିଛି ଜିନିଷ ହଜିଲେ ଚିନ୍ତା ହୁଏ, ଆଉ ଯଦି ବହୁତ ଖୋଜାଖୋଜି ପରେ ବି ତାହା ମିଳେନାହିଁ ତାହାଲେ ବହୁତ ମନ ଦୁଃଖ ହୁଏ । ଯଦି ସେହି ଜିନିଷଟି ସହ କିଛି  ବିଶେଷ ସଂପର୍କ ବା କାରଣ ଯୋଡି ହୋଇଥାଏ, ତେବେ ତାହାଲେ ମନ ଦୁଃଖ ର ମାତ୍ରା ନିଶ୍ଚିତ ଭାବେ ଅଧିକ ହିଁ ହୋଇଥାଏ । ତେବେ ଯଦି ସେହି ଜିନିଷଟି ଦୀର୍ଘ ଦିନ ପରେ , ଅର୍ଥାତ କିଛି ବର୍ଷ ପରେ ପୁଣି ମିଳିଯାଏ, ତେବେ ଖୁସୀର ସୀମା ରୁହେନି । ଆମେରିକାର ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଛି ।

 ଆମେରିକାର  ଜର୍ଜିଆର ଦକ୍ଷିଣ ପୂର୍ବରେ ଅବସ୍ଥିତ ବ୍ରଁସୱିକ୍‌ରେ ରୁହନ୍ତି ୬୩ ବର୍ଷୀୟା ଡେବ୍ରା । ଗତ ସପ୍ତାହରେ ଏକ ଘଟଣା ତାଙ୍କୁ କେବଳ ତାଜୁବ କରିନି , ତାଙ୍କ ଆଖିରୁ କିଛି ସମୟପାଇଁ ଝରାଇଛି ଖୁସିର ଲୁହ ।କାରଣ ଡେବ୍ରାଙ୍କୁ  ମିଳିଗଲା ଏକ ଅମୂଲ୍ୟ ଚିଜ । ତାହା ଥିଲା ତାଙ୍କର ଏକ ମୁଦି। ତେବେ ମୁଦିଟିର ବିଶେଷତ୍ବ ହେଲା , ତାହା ପ୍ରାୟ ୪୭ ବର୍ଷ ତଳେ ହଜିଯାଇଥିଲା । ସେହି ମୁଦିଟି ଥିଲା ଡେବ୍ରାଙ୍କୁ ତାଙ୍କ ଦିବଙ୍ଗତ ସ୍ବାମୀ ସାଁନ ଦେଇଥିବା  ଉପହାର ମୁଦି ।ସେଥି ଲାଗି ମୁଦିଟି ପ୍ରତି ଡେବ୍ରାଙ୍କ ଦୁର୍ବଳତା ଥିଲା ବହୁତ ।

 ୧୯୭୩ ମସିହାର କଥା  ଡେବ୍ରା ଏବଂ ସାଁନ ସେତେ ବେଳେ କଲେଜ କ୍ୟାରିୟରରେ ଥିଲେ , ପରସ୍ପରକୁ ପ୍ରେମ କରୁଥିଲେ ଏବଂ ଡେଟିଂ କରୁଥିଲେ । ସେହି ସମୟରେ ସାଁନ ସେହି ମୁଦି ଡେବ୍ରାଙ୍କୁ ପିନ୍ଧାଇ ଦେଇଥିଲେ । କଲେଜ ଛାଡିବା ସମୟର ଦିନେ ସେହି ମୁଦିଟିକୁ ଡିପାର୍ଟମେଣ୍ଟ  ଷ୍ଟୋରରେ ଛାଡି ଦେଇଥିଲେ ଡେବ୍ରା । ମୁଦିଟି ହଜି ଯାଇଥିଲା । ବହୁ ଖୋଜାଖୋଜି ପରେ ଡେବ୍ରା ତାହାକୁ ପାଇନଥିଲେ । ମନଦୁଃଖରେ ଚୁପ୍‌ଚାପ୍‌ ରହିବାକୁ ବାଧ୍ୟ ହୋଇଥିଲେ ସେ। କିନ୍ତୁ ଭାବି ନଥିଲେ ଦିନେ ସେହି ମୁଦିଟି ତାଙ୍କ ପାଖକୁ ପୁଣି ଫେରିଆସିବ ।କାରଣ ଡ୍ରେବା ଏବଂ ସାଁନ ପରେ ବିବାହ କରି ୪୦ ବର୍ଷ ଏକାଠି ରହିଲେ । ୨୦୧୭ ରେ ସାଁନଙ୍କ ଦେହାନ୍ତ ହେଲା ।

ଫିନଲାଣ୍ଡର ଏକ ଖବର କାଗଜ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଏକ ପାର୍କରେ ଏକସଂସ୍ଥାର କର୍ମଚାରୀ ମାନେ ଯାଞ୍ଚ ବେଳେ ମେଟାଲ ଡିଟେକ୍ଟର ବ୍ୟବହାର କରୁଥିବା ବେଳେ ଏକ ମୁଦି ପାଇଥିଲେ । ମୁଦିରେ ୧୯୭୩ ମସିହା ଏବଂ ଏକସ୍କୁଲର ନାମ ଓ ଲୋଗୋ ଅଙ୍କିତ ତିଲା । ମୁଦି ଟି ପାଇଥିବା ମାର୍କ ଏହାପରେ ସଂପୃକ୍ତ ସ୍କୁଲ୍‌ର ଆଲୁମୁନି ଆସୋସିଏସନ ସହ ସଂପର୍କ କରିବା ପରେ ମୁଦିଟି ସାଁନଙ୍କର ଥିଲା ବୋଲି ଜଣା ପଡିଥିଲା । ସେହି କ୍ରମରେ ମୁଦିଟି ସାଁନ ଏବଂ ଡେବ୍ରାଙ୍କ ଠିକଣାରେ ପହଞ୍ଚିଥିଲା । ଆଉ ୪୭ ବର୍ଷ ପରେ ତା୍ଙ୍କ ସ୍ବାମୀ ଦେଇଥିବା ମୁଦିଟି ପାଇ ଆଶ୍ଚର୍ଯ୍ୟ ଓ ଖୁସିରେ ହତବାକ ହୋଇଯାଇଥିଲେ ଡେବ୍ରା ।

   Related Posts