Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଚଳନ୍ତା ଢାବା: କରୋନା ଛଡେଇ ନେଲା ଚାକିରୀ, ସ୍କୁଟିରେ ଢାବା ଆରମ୍ଭ କରି ଏବେ ଅନ୍ୟମାନଙ୍କୁ ବି ଦେଉଛନ୍ତି କାମ

22/10/2020 at 4:37 PM

ନୂଆଦିଲ୍ଲୀ ୨୨/୧୦ : ବଲବୀର ପେସାରେ ଜଣେ ଡ୍ରାଇଭର ଥିଲେ। କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ତାଙ୍କ ଚାକିରୀ ଚାଲିଗଲା। ଯାହାଫଳରେ ତାଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ହେଲା। ନିଜର ଓ ନିଜ ପରିବାରର ଆବଶ୍ୟକତା ପୂରଣ କରିବାକୁ ତାଙ୍କୁ ନାନା ସମସ୍ୟା ସମ୍ମୁଖୀନ ହେବାକୁ ପଡିଲା। ସେତେବେଳେ ବଲବୀରଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ କଥା ମନେପଡିଥିଲା। ମୋଦି କହିଥିଲେ, ବିପଦ ସମୟରେ ମଉକା ଖୋଜିବା ଦରକାର। ଲକଡାଉନ୍ ଖୋଲିବା ପରେ ବଲବୀର ରୋଜଗାରର ନୂଆ ପନ୍ଥା ବାହାର କଲେ। ଯେଉଁ ସ୍କୁଟିରେ ସେ ଚାକିରୀ କରିବାକୁ ଯାଉଥିଲେ ସେହି ସ୍କୁଟିକୁ ସେ ଢାବା କରିଦେଲେ। ଗୁଡ଼ଗାଁଓ ରାସ୍ତାରେ ସେ ରନ୍ଧା ଖାଦ୍ୟ ବିକ୍ରି କରିବା ଆରମ୍ଭ କରିଦେଲେ।

ଆରମ୍ଭ ୨୦ ଜଣଙ୍କ ଠାରୁ କରିଥିଲେ। ଅର୍ଥାତ ଆରମ୍ଭରେ ସେ ୨୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣୁଥିଲେ। ୨୦ ଜଣଙ୍କ ଖାଦ୍ୟ ଖୁବ ଶୀଘ୍ର ବିକ୍ରି ହେଇଗଲା। ଏହାପରେ ବଲବୀର ଖାଦ୍ୟ ପରିମାଣ ବଢ଼ାଇ ଦେଇଥିଲେ। ଧୀରେ ଧୀରେ ତାଙ୍କ ଖାଦ୍ୟର ଚାହିଦା ମଧ୍ୟ ବଢିବାକୁ ଲାଗିଲା। ବର୍ତ୍ତମାନ ବଲବୀରଙ୍କ କଢି, ରାଜମା, ଚାୱଲା ଦେଖୁ ଦେଖୁ ଶେଷ ହୋଇଯାଉଛି।

ତେବେ ସବୁଠାରୁ ଖାସ କଥା ହେଲା ବଲବୀର ନିଜେ ତ ଏହି କାମ କରୁଛନ୍ତି ତାସହ ନିଜ ବନ୍ଧୁଙ୍କୁ ମଧ୍ୟ ସାମିଲ୍ କରିଛନ୍ତି। ତାଙ୍କର ଜଣେ ବନ୍ଧୁ ମଧ୍ୟ ବେକାର ହୋଇଯିବାରୁ ସେ ତାଙ୍କୁ ମଧ୍ୟ ନିଜ ଢାବାରେ ରଖିଛନ୍ତି। ଉଭୟ ମିଶି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ତାଙ୍କ ବ୍ୟଞ୍ଜନର ଚାହିଦା ମଧ୍ୟ ଅଧିକ। ଯାହା ରୋଜଗାର କରୁଛନ୍ତି ସେଥିରେ ତାଙ୍କ ପରିବାର ଭରଣପୋଷଣ ମଧ୍ୟ କରୁଛନ୍ତି। ବଲବୀର ସୁଲଭ ମୂଲ୍ୟ ଖାଦ୍ୟ ବିକ୍ରି କରୁଛନ୍ତି। ତାଙ୍କ ବ୍ୟଞ୍ଜନ ୨୦ ଟଙ୍କାରୁ ୫୦ ଟଙ୍କା ଯାଏଁ ରହିଛି। କମ ମୂଲ୍ୟ ସମସ୍ତେ ଯେପରି ଖାଇପାରିବେ ତାହା ବଲବୀରଙ୍କ ଉଦ୍ଦେଶ୍ୟ।

ବଲବୀର କହିଛନ୍ତି ଭଗବାନଙ୍କ କୃପାରୁ ତାଙ୍କୁ ଭଲ କାମ ମିଳିଛି। ବର୍ତ୍ତମାନ ସ୍ଥିତି ସାମାନ୍ୟ ହେବାପରେ ଯଦି ତାଙ୍କୁ ପୁଣି ଚାକିରୀ ମିଳେ ତାହେଲେ ସେ ଆଉ ଚାକିରୀ କରିବେନି। ନିଜର ଏହି ବ୍ୟବସାୟକୁ ଆଗକୁ ବଢ଼ାଇବେ। ତାଛଡା ଅନ୍ୟମାନଙ୍କୁ ମଧ୍ୟ କାମ ଦେବେ।

   Related Posts