ହ୍ବାଟ୍ସଆପ୍ ରେ ମହିଳାଙ୍କ ଟପ୍ ଲେସ ଫଟୋ ପଠାଇବା ମହଙ୍ଗା ପଡିଲା : ଗଲା ବିଧାୟକ ପଦ

Published By : Prameya-News7 Bureau | December 06, 2018 IST

ଇଂଲଣ୍ଡ;୬/୧୨- ସବୁବେଳେ ମହିଳାଂକୁ ନେଇ ବିଭିନ୍ନ ଚର୍ଚ୍ଚା । ହେଲେ ମହିଳାଙ୍କୁ ନେଇ ଟିକିଏ ଏପଟ ସେପଟ  ହେଲେ ଅନେକ କିଛି ଦୁର୍ଘଟଣା ଘଟିବାର ବି ଆଶଂକା ଅଛି । ଏପରିକି ମାନସମ୍ମାନ ବି ଚାଲିଯିବାର  ଅନେକ ଦୃଷ୍ଟାନ୍ତ ଅଛି । ଏଇ ନିକଟରେ ସେପରି ଏକ ଘଟଣା ଘଟିଛି ଇଂଲଣ୍ଡରେ । ଇଂଲଣ୍ଡର ବିଧାନସଭା ପରିଷଦରେ ଥିବା ଜଣେ କାଉଁସିଲର ବା ବିଧାୟକ ମହିଳାଂକ ଟପଲେସ ଫଟୋ ହ୍ଵାଟସ୍ଆପରେ ଛାଡ଼ି ନିଜ ପଦ ହରେଇବାକୁ ପଡ଼ିଛି । ସିଫେଲ୍ଡ଼ ସିଟିର କାଉଁସିଲର ମହମ୍ମଦ ମରୁଫ “ମମସ ୟୁନିଟେଡ଼” ନାମକ ହ୍ଵାଟସଆପ ଗୃପରେ ଜଣେ ମହିଳାଙ୍କ ଟପଲେସ ଫଟୋ ଛାଡ଼ିଥିବା ଅଭିଯୋଗ ହୋଇଥିଲା । ମରୁଫ ହେଉଛନ୍ତି ପାକିସ୍ଥାନର ମୂଳ ନାଗରିକ ଓ ସେ ଇଂଲଣ୍ଡରେ କାଉଁସେଲର ଥିଲେ । ଏହୁ ଗୃପର ପ୍ରତିଷ୍ଠାତା ଶାହିରା ଇରସାଦ, ମରୁଫଙ୍କ ବିରୋଧରେ ଏହି ଅଭିଯୋଗ କରିଥିଲେ । ଲେବର ପାର୍ଟିର କାଉଁସିଲର ମିଟିଂ ଚାଲିଥିବା ସମୟରେ ଇରସାଦଙ୍କ ଅଭିଭାଷଣର ଭିଡ଼ିଓ କ୍ଲିପିଂ ଛାଡ଼ୁ ଛାଡ଼ୁ ଭୁଲରେ ଅନ୍ୟ ଫଟୋ ଅପଲୋଡ଼ ହୋଇଯାଇଛି ବୋଲି ମରୁଫ ସଫେଇ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ,ଅପଲୋଡ଼ କରିବାର କିଛି ସେକେଣ୍ଡ ମଧ୍ୟରେ ସେ ଫଟୋ ଡ଼ିଲିଟ୍ କରିଦେଇଛନ୍ତି । ତାଙ୍କ ମୋବାଇଲକୁ କେହିଜଣେ ଏହି ଫଟୋ ଛାଡ଼ିଥିଲା । ହ୍ଵାଟସଆପରେ ଆସୁଥିବା ସମସ୍ତ ଫଟୋ ତାଙ୍କ ମୋବାଇଲରେ ଆପେଆପେ ସେଭ୍ ହୋଇ ରହିଯାଇଥାଏ । ଭୁଲରେ ଏ ଫଟୋ ଅପଲୋଡ଼ ହୋଇଯାଇଛି ବୋଲି ସଫେଇ ଦେଇ କ୍ଷମା ମାଗିନେଛନ୍ତି ମରୁଫ । ସେ ଆହୁରି ମଧ୍ୟ କହିଛନ୍ତି ,ଏଭଳି ଫଟୋ ଅପଲୋଡ଼ କରିବାର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ।  କେବଳ ଛୋଟ ଭୁଲଟେ ପାଇଁ ଏଭଳି ହୋଇଯାଇଛି ।  ଗୃପପ୍ରତି ଓ ସମସ୍ତ ସଦସ୍ୟଂକ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । କାଉଁସିଲର ମୁଖ୍ୟ ଜୁଲି ଡ଼ୋରେ କହିଛନ୍ତି, ଏହା ହେଉଛି ନିଶ୍ଚୟ ସାଂଘାତିକ ବିଷୟ । ଏ ବିଷୟରେ ତର୍ଜମା କରାଯାଇ ସଠିକ ପଦକ୍ଷେପ ନିଆଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.