୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧରେ କାହାର କେତେ କ୍ଷୟକ୍ଷତି ଓ ମୃତାହତ ହୋଇଥିଲା ଜାଣନ୍ତୁ

Published By : Prameya-News7 Bureau | February 27, 2019 IST

କାଶ୍ମୀର ପାଇଁ ୧୯୬୫ ମସିହା ଅଗଷ୍ଟ ମାସ ୫ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଦ୍ବିତୀୟ ବିଶ୍ୱ ଯୁଦ୍ଧ ପରେ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ୧୭ ଦିନ ଧରି ଏହି ଯୁଦ୍ଧ ହୋଇଥିଲା। ଶେଷରେ ଆନ୍ତର୍ଜାତିକ ସମୁଦାୟର ଅନୁରୋଧ କ୍ରମେ ଭାରତ ଯୁଦ୍ଧବିରତି ଘୋଷଣା କରିଥିଲା। ତେବେ ଏହି ଯୁଦ୍ଧରେ ଭାରତ ବିଜୟ ହୋଇଥିଲା ବୋଲି ବିଶ୍ବର ବଡ ବଡ ଶକ୍ତି ସ୍ବୀକାର କରୁଥିଲେ ମଧ୍ୟ ପାକିସ୍ତାନ ଏହା ସ୍ବୀକାର କରୁ ନାହିଁ । ବରଂ ଯୁଦ୍ଧରେ ପାକିସ୍ତାନର ହିଁ ବିଜୟ ହୋଇଛି ବୋଲି ଦାବି କରି ଆସୁଛି । ପରାଜୟକୁ ମଧ୍ୟ ବିଜୟ ବୋଲି କହିବା ପାକିସ୍ତାନର ପୁରୁଣା ଅଭ୍ୟାସ । ତେବେ ୧୭ ଦିନର ଏହି ଯୁଦ୍ଧ ଭିତରେ ୩୩୦୦୦ ପାକିସ୍ତାନୀ ସୈନିକ LOC ପାର କରି କଶ୍ମୀରେ ଅନୁପ୍ରବେଶ କରିଥିଲେ। ଦୁଇ ଦେଶ ପରସ୍ପରର କିଛି କିଛି ଅଂଶ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ପାକିସ୍ତାନ କାଶ୍ମୀରର ଉରି ଓ ପୁଞ୍ଚର କିଛି ଅଂଶ ନିଜ ଅଧିନକୁ ନେବାରେ ସକ୍ଷମ ହୋଇଥିଲା । ସେହିଭଳି ପାକିସ୍ତାନର ହାଜିପିର ପାସ ଭାରତ ଅକ୍ତିଆର କରିଥିଲା।

{"id":89136,"width":593,"height":357}

୧୯୬୫ ମସିହା ସେପଟେମ୍ୱର ମାସ ୧ ତାରିଖରେ ପାକିସ୍ତାନ ଅଚାନକ ପ୍ରଚଣ୍ଡ ଆକ୍ରମଣ କରିଥିଲା। ହଠାତ୍‌ ପାକିସ୍ତାନୀ ଯବାନ ଓ ଟ୍ୟାଙ୍କ ଭାରତର ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସମ୍ପର୍କରେ ଭାରତ ନିକଟରେ ପୂର୍ବ ସୂଚନା ନଥିଲା। କୌଣସି ପୂର୍ବ ପ୍ରସ୍ତୁତି ନଥିବାରୁ ପ୍ରାରମ୍ଭିକ ଅବସ୍ଥାରେ ଭାରତୀୟ ସେନା ବାହିନୀଙ୍କୁ ବହୁ ମାତ୍ରାରେ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା।

{"id":89137,"width":596,"height":434}

ତା ପର ଦିନ ମଧ୍ୟ ପାକିସ୍ତାନ ଏୟାର ଫୋର୍ସ ଭାରତୀୟ ବାୟୁସେନା ଉପରେ ହମଲା କରିଥିଲା। କେବଳ ସେତିକି ନୁହଁ ପଂଜାବ ଓ କଶ୍ମୀର ଉପରେ ଆକାଶ ମାର୍ଗରୁ ଆକ୍ରମଣ ହୋଇଥିଲା। ପାକିସ୍ତାନ ହମଲା ପରେ ଭାରତ ନିଜକୁ ପ୍ରସ୍ତୁତ କରିଥିଲା। କଶ୍ମୀର ଘାଟୀରେ ଭାରତୀୟ ଯବାନ ପାକିସ୍ତାନ ଉପରେ ହମଲା କରିବାରେ ସଫଳ ହୋଇଥିଲେ। ଯୁଦ୍ଧ ଆରମ୍ଭରୁ ପାକିସ୍ତାନ ପାଖରେ ଅଧିକ ଟ୍ୟାଙ୍କ ଓ ଅସ୍ତ୍ର ଶସ୍ତ୍ର ଥିଲା। ଏହି କାରଣରୁ ପାକିସ୍ତାନ ସୁବିଧାଜନକ ସ୍ଥିତିରେ ଥିଲା। କିନ୍ତୁ ପାକିସ୍ତାନ ଟ୍ୟାଙ୍କଗୁଡିକୁ ଜଖମ କରି ବାରତ ମଧ୍ୟ ପ୍ରଚଣ୍ଡ ଦବଦବା ପ୍ରଦର୍ଶନ କରିଥିଲା ।  

{"id":89139,"width":598,"height":431}

ତେବେ ପରବର୍ତ୍ତୀ ସମୟରେ ପାକିସ୍ତାନ ସୈନ୍ୟଙ୍କୁ ଧୂଳି ଚଟିବାରେ ସକ୍ଷମ ହୋଇଥିଲା ଭାରତ । ଭାରତର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ସେନା ତ୍ରାହି ତ୍ରାହି ଡାକ ଦେଇଥିଲା । ପାକିସ୍ତାନର ପ୍ରାୟ ସମସ୍ତ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧ୍ବଂସ ହୋଇଯାଇଥିଲା । ଯୁଦ୍ଧ କରିବା ପାଇଁ ପାକିସ୍ତାନ ପାଖରେ ଆଉ କୌଣସି ସମ୍ବଳ ନଥିଲା । ତେବେ ଅପମାନରୁ ରକ୍ଷା ପାଇଁ ପାକିସ୍ତାନର ଅନୁରୋଧ ପରେ ବିଶ୍ବ ସମୁଦାୟ ତଥା ଜାତିସଂଘର ଆହ୍ବାନକ୍ରମେ ଭାରତ ଯୁଦ୍ଧ ବିରତି ଘୋଷଣା କରିଥିଲା ।  

{"id":89141,"width":592,"height":333}

ଏହି ୧୭ ଦିନର ୟୁଦ୍ଧ ମଧ୍ୟରେ ଭାରତୀୟ ତଥ୍ୟ ଅନୁସାରେ  ସ୍ଥଳସେନାର ୧୬୯ ଅଧିକାରୀ ଶହୀଦ ହୋଇଥିଲେ। ସେମନଙ୍କ ମଧ୍ୟରେ ଜଣେ ବ୍ରିଗାଡିଅର, ୯ ଜଣ ଲେଫ୍ଟନେଣ୍ଟ କଲନେଲ୍ସ, ୩୦ ଜଣ ମେଜର, ୩୯ ଜଣ କ୍ୟାପଟନ, ୧୧ ଜଣ ଲେଫ୍ଟନେଣ୍ଟ, ୮୦ ଜଣ ଜୁନିଅର କମିସନଣ୍ଡ ଅଫିସର, ୧,୮୨୦ ଜଣ ଅନ୍ୟ ରାଙ୍କର ଅଫିସର ରହିଛନ୍ତି । ଅଥିସହ ଭାରତୀୟ ବାୟୁସେନାର ୧୯ ଜଣ ଅଫିସର ଓ ୨୧ ଜଣ ଅନ୍ୟ ରାଙ୍କର ଅଫିସର ଶହୀଦ ହୋଇଥିଲେ। ତେବେ ନିରପକ୍ଷ ରିପୋର୍ଟ ଅନୁସାରେ ୩୦୦୦ ଭାରତୀୟ ସୈନିକ ଓ ୩,୮୦୦ଜଣ ପାକିସ୍ତାନୀ ସୈନିକ ଏହି ଯୁଦ୍ଧରେ ଜୀବନ ହରାଇଥିଲେ।

{"id":89142,"width":600,"height":337}

ଯୁଦ୍ଧରେ ଭାରତୀୟ ବାୟୁସେନା ୪,୦୭୩ଟି ସଫଳ ଆକ୍ରମଣ କରିଥିଲା । ଅପରପକ୍ଷରେ ପାକିସ୍ତାନ ୨୨୭୯ଟୁ ଆକାଶ ମାର୍ଗରୁ ଆକ୍ରମଣ ସଫଳ ଥିଲା । ଭାରତୀୟ ତଥ୍ୟ ଅନୁସାରେ ଯୁଦ୍ଧରେ ଭାରତର୧୩ଟି ଆଇଏଏଫ ବିମାନ ଦୁର୍ଘଟଣାରେ ହଜିଥିଲା ଓ ୩ଟି ଭାରତୀୟ ବେସାମରିକ ବିମାନକୁ ଗୁଳି କରି ନଷ୍ଟ କରାଯାଇଥିଲା। ଏଥିସହ ୫୯ଟି ଭାରତୀୟ ବାୟୁସେନା ବିମାନ ଓ ୪୩ଟିପାକିସ୍ତାନ ବାୟୁସେନା ବିମାନ ଯୁଦ୍ଧରେ ଧ୍ବଂସ ହୋଇଥିଲା ।  ତୃତୀୟପକ୍ଷ ରିପୋର୍ଟ ଅନୁସାରେ ପାକିସ୍ତାନର ୨୦ଟି, ଏବଂ ଭାରତୀୟ ବାୟୁସେନାର ୬୦-୭୫ଟି ବିମାନ ଧ୍ବଂସ ହୋଇଥିଲା ।  ଭାରତୀୟ ତଥ୍ୟ ଅନୁସାରେ ଯୁଦ୍ଧରେ ଦେଶର ୧୨୮ଟି ଟ୍ୟାଙ୍କ ନଷ୍ଟ ହୋଇଥିଲା । ତେବେ ପାକିସ୍ତାନର ୧୫୨ଟି ଟ୍ୟାଙ୍କକୁ ଭାରତ କବଜାକୁ ନେବାରେ ସକ୍ଷମ ହୋଇଥିଲା ।  ସରକାରୀ ବାବେ ଦିଆଯାଇଥିବା ତଥ୍ୟ ଅନୁସାରେ ପାକିସ୍ତାନର ସମୁଦାୟ ୪୭୧ ପାକିସ୍ତାନୀ ଟ୍ୟାଙ୍କ ନଷ୍ଟ କରାଯାଇଥିଲା।

{"id":89143,"width":594,"height":330}

ସବୁଠୁ ବଡ କଥା ହେଲା ଏହି ଯୁଦ୍ଧରେ ପାକିସ୍ତାନର ୩୯୦୦ ବର୍ଗ ମିଟର ଅଂଚଳ ଭାରତ ଅଧିକାର କରିଥିଲା । ତେବେ ପାକିସ୍ତାନ ୨୫୦ ବର୍ଗ ମିଟର ଭାରତୀୟ ଅଂଚଳ ଅକ୍ତିଆର କରିଥିଲା। ତୃତୀୟପକ୍ଷ ରିପୋର୍ଟ ଅନୁସାରେ ଭାରତ ୭୧୦ ବର୍ଗ ମିଟର ପାକିସ୍ତାନୀ ଅଂଚଳ ହାସଲ କରିଥିଲା ଓ ଭାରତର ୨୧୦ ବର୍ଗ ମିଟର ଭାରତୀୟ ଅଂଚଳ ଅକ୍ତିଆର କରିଥିଲା ପାକିସ୍ତାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.