କରୋନା ଭାଇରସର ନୂଆ ଲକ୍ଷଣ : ଗନ୍ଧ ବାରି ନ ପାରିଲେ ଏବଂ ସ୍ୱାଦ ଜାଣି ନ ପାରିଲେ ୫ ଦିନ ଭିତରେ ଯାଞ୍ଚ କରାଇବାକୁ ନିର୍ଦେଶ

Published By : Prameya-News7 Bureau | June 13, 2020 IST

ନୂଆଦିଲ୍ଲୀ ୧୩/୦୬ : କରୋନା ଭାଇରସର କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି | ସ୍ୱାଦ ବାରି ନ ପାରିବା, ଶୁଙ୍ଘିବା ଶକ୍ତି ହରାଇବା ଆଦିକୁ କେନ୍ଦ୍ର ସରକାର କରୋନା ଭାଇରସ ଲକ୍ଷଣ ତାଲିକାରେ ଯୋଡ଼ିଛନ୍ତି | କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ କୋଭିଡ-୧୯ ଲକ୍ଷଣ ସହ ୭ଟି ନୂଆ ଲକ୍ଷଣ ଯୋଡ଼ିଛନ୍ତି | ଦେଶରେ କରୋନା ଭାଇରସ ମାମଲା ଲଗାତାର ବଢ଼ିବାରେ ଲାଗିଛି | ଦେଶରେ ସଂକ୍ରମଣ ମାମଲା ୩ ଲକ୍ଷ ପାର କରିସାରିଛି | ଗତ ରବିବାର ଦିନ କୋଭିଡ-୧୯ ଉପରେ ରାଷ୍ଟ୍ରୀୟ କାର୍ଯ୍ୟବଳ ବୈଠକରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା କିନ୍ତୁ ଏଥିରେ ସର୍ବ ସମ୍ମତି ମିଳିନଥିଲା | ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନାକୁ ନେଇ କ୍ଲିନିକାଲ ଗାଇଡଲାଇନ ଜାରି କରିଛନ୍ତି | ଗାଇଡଲାଇନ ଅନୁସାରେ, ଖାଇବାର ସ୍ୱାଦ ଜାଣି ନ ପାରିବା ଏବଂ ଗନ୍ଧ ବାରି ନ ପାରିବା ମଧ୍ୟ କରୋନା ଲକ୍ଷଣ ହୋଇପାରେ | ଗାଇଡଲାଇନ ଅନୁସାରେ କରୋନା ପାଇଁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପ୍ରତି ବିପଦ ଅଧିକ ରହିଛି | ତାଛଡା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦୟ ରୋଗ, ଫୁସଫୁସ ରୋଗ, କ୍ୟାନସର, କିଡ଼ନୀ ରୋଗରେ ପୀଡିତଙ୍କ ପ୍ରତି ଅଧିକ ବିପଦ ରହିଛି | Remdesivir ଔଷଧକୁ ନେଇ ଗାଇଡଲାଇନରେ କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ | ବିଶେଷକରି ଯେଉଁମାନଙ୍କୁ ଅକ୍ସିଜେନ ଦିଆଯାଉଛି |

Convalescent plasma ବ୍ୟବହାର ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରି କହିଛନ୍ତି ଯେ, ଯେଉଁମାନଙ୍କୁ ଅକ୍ସିଜେନ ଆବଶ୍ୟକ ପଡୁଛି ଏବଂ ସ୍ଥିତିରେ ସୁଧାର ଆସୁନାହିଁ, ବିଶେଷକରି ଯେଉଁମାନଙ୍କୁ steroid ପ୍ରଭାବ ପକାଉନହିଁ ସେମାନଙ୍କୁ Convalescent plasma ଦିଆଯାଇପାରିବ | ଯେଉଁମାନଙ୍କୁ ଲଗାତାର ଭେଣ୍ଟିଲେଟର ରଖିବାକୁ ପଡୁଛି ତାଙ୍କୁ Tocilizumab  ଦିଆଯାଇପାରିବ | ତେବେ HCQ ବ୍ୟବହାର ଜାରି ରହିବ ବୋଲି ମନ୍ତ୍ରାଳୟ କହିଛି |

ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦିଓ ଏହି ଲକ୍ଷଣ ବିଶେଷକରି କରୋନା ସହ ଜଡିତ ନୁହେଁ କାରଣ ଏହି ଲକ୍ଷଣ ଫ୍ଲୁରେ ମଧ୍ୟ ଦେଖା ଦେଇଥାଏ, ତେବେ ଏହା ସଂକ୍ରମଣର ପ୍ରାଥମିକ ଲକ୍ଷଣ ମଧ୍ୟ ହୋଇପାରେ ଏବଂ ଶୀଘ୍ର ପତା କରିପାରିଲେ ଚିକିତ୍ସା ମଧ୍ୟ ଶୀଘ୍ର ହୋଇପାରିବ | ଆମେରିକାର ରାଷ୍ଟ୍ରୀୟ ଜନ ସ୍ୱାସ୍ଥ୍ୟ ସଂସ୍ଥା, ରୋଗ ନିୟନ୍ତ୍ରଣ ଏବଂ ସୁରକ୍ଷା କେନ୍ଦ୍ର ମେ ମାସ ପ୍ରାରମ୍ଭରେ କରୋନାର ନୂଆ ଲକ୍ଷଣରେ ଏହି ଦୁଇଟି ଲକ୍ଷଣକୁ ସାମିଲ କରିଥିଲେ |

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ନୂଆ ଲକ୍ଷଣ ନଜର ଆସିଲେ ୭ ଦିନ ମଧ୍ୟରେ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ | ଆଇସିଏମଆର କହିବାନୁଯାୟୀ, ଯେକୌଣସି ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକେ ଯେଉଁମାନଙ୍କ ମଧ୍ୟରେ ଲକ୍ଷଣ ନଜର ଆସୁନାହିଁ ଏବଂ ଅନ୍ୟ ରୋଗରେ ପୀଡିତ ଲୋକ କରୋନା ସମ୍ପର୍କିତ ରୋଗୀଙ୍କ ସମ୍ପର୍କରେ ଆସିବା ପରେ ୫ କିମ୍ବା ୧୦ ଦିନ ଭିତରେ ଯାଞ୍ଚ କରାଇବାକୁ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.