Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

୫୯ ଆପ୍ ବ୍ୟାନ୍ ହେବା ପରେ ଚୀନ୍ କମ୍ପାନୀଙ୍କୁ ଲାଗିବ ଜୋରଦାର ଝଟକା, କ୍ଷତି ହେବ ୪୫ ହଜାର କୋଟି ଟଙ୍କା

1/07/2020 at 9:35 PM

ବେଜିଂ, ୦୧|୦୭:   ଭାରତ ଦ୍ୱାରା ଟିକଟକ୍ ବ୍ୟାନ୍ କରାଯିବା ପରେ ବାଇଟ୍ ଡ୍ୟାନ୍ସ କମ୍ପାନୀକୁ ବଡ ଝଟକା ଲାଗିଛି । କମ୍ପାନୀ ଭାରତରେ ନିବେଶ କରିବା ପାଇଁ ଉତ୍ସାହୀ ଥିଲା । କମ୍ପାନୀ ଭାରତରେ ପ୍ରାୟ ଏକ ବିଲିୟନ ଡଲାରର ଆପ୍ଲିକେସନ ପ୍ଲାନ ପ୍ରସ୍ତୁତ କରିଥିଲା ।

ଚୀନର ୫୯ ଆପ୍ଲିକେସନ ବ୍ୟାନ ହେବା ପରେ  ଚୀନର ଏହି ଗୋଟିଏ କମ୍ପାନୀ ୪୫ ହଜାର କୋଟିର କ୍ଷତି ସହିବ । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମସରେ ଏହି ସୂଚନା ଦିଆଯାଇଛି । ଚୀନା ଇଣ୍ଟରନେଟ୍ କମ୍ପାନୀ ବାଇଟ୍ ଡ୍ୟାନ୍ସକୁ ଏହି କ୍ଷତି ସହିବାକୁ ହେବ । ଏହି କମ୍ପାନୀ ଟିକଟକ୍ ଓ ହେଲୋର ମଦର୍ କମ୍ପାନୀ ।

ସରକାର ସୁରକ୍ଷା ଦୃଷ୍ଟି କୋଣରୁ ଚୀନର ୫୯ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ଆପ୍ ମଧ୍ୟରୁ ଟିକଟକ୍ ଭାରତରେ ବେଶୀ ଲୋକପ୍ରିୟ ଥିଲା । ଅନେକ ସେଲିବ୍ରିଟିଙ୍କ ଟ୍ୱିଟର ୟୁଜର ସଂଖ୍ୟା ଲକ୍ଷରୁ ଅଧିକ । ଗ୍ଲୋବାଲ ଟାଇମସ୍ ଅନୁସାରେ ବାଇଟ୍ ଡ୍ୟାନସର ୬ ମିଲିୟନ ଡଲାର କ୍ଷତି ହେବ ।

ବ୍ୟାନ୍ ପରେ ଏବେ ଟିକଟକ୍ ଗୁଗୁଲ ପ୍ଲେଷ୍ଟୋରରୁ ବ୍ଲକ୍ କରିଦିଆଯାଇଛି । ଏହି ଆପ୍ ଭାରତର ଅଖଣ୍ଡତାକୁ ହାନି ପହଁଚାଉଥିବା ସରକାର କହୁଛନ୍ତି । ତେବେ ଗଲଓ୍ୱାନ ଘାଟିରେ ଭାରତର ୨୦ ୟବାନ ସହିଦ ହେବା ପରେ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଜୋର୍ ଧରିଛି । ଏପରିକି ଟିକଟକ୍ ବ୍ୟାନ୍ ହେବା ପରେ ଚୀନ୍ ଚିନ୍ତିତ ହୋଇପଡିଛି ।

   Related Posts