ବାଇକ ଉପରେ ଚଢ଼ିଗଲା ଡ଼ମ୍ଫର , ୩ ବାଇକ ଆରୋହୀ ମୃତ

Published By : Prameya-News7 Bureau | March 13, 2019 IST

ବେତନଟୀ ୧୩/୦୩- ଅଠର ନମ୍ବର ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକ ନିକଟରେ ଦୃଘଟଣା । ଧମ୍ଫର ଧକ୍କାରେ ତିନି ବାଇକ ଆରୋହୀ ମୃତ । ବେତନଟୀ ଥାନା ଦାନ୍ତିଆମୁହାଁ ନୁଆସାହିକୁ ଏକ ଦଶାହକର୍ମରେ  ଯୋଗ ଦେଇ ଫେରିବା ସମୟରେ ପଛପଟୁ ବ୍ୟାକବୋନ କମ୍ପାନୀର ଏକ ଡ଼ମ୍ଫର ଧକ୍କାଦେଇ ଥିଲା । ଘଟଣାସ୍ଥଳରେ ତିନି ବାଇକ ଆରୋହି ଡମ୍ଫର ଚକତଳେ ଚାପି ଯାଇଥିଲେ ।

ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି । ଉତ୍ତ୍ୟକ୍ତ ଜନସାଧାରଣ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ଘଟଣା ସ୍ଥଳରେ  ବେତନଟୀ ପୋଲିସ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କ ସହ ଆଲୋଚନା ଚଳାଇଛନ୍ତି । ମୃତ ତିନି ଜଣ ହେଲେ ଘନ ସିଂ ,ଗାଳ ସିଂ ଓ ମଙ୍ଗ ସିଂ । ଏମାନେ ସମସ୍ତେ ବଡସାହି ଥାନା ଅଞ୍ଚଳର ବୋଲି ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.