ସ୍ଥଳଭାଗ ସ୍ପର୍ଶ କରିବ ଭୀଷଣ ସାମୁଦ୍ରିକ ଝଡ ହରିକେନ୍‌ ଲୋରେନା- ୧୪୪ କିଲୋମିଟର ବେଗରେ ବହିବ ପବନ

Published By : Prameya-News7 Bureau | September 19, 2019 IST

ମେକ୍ସିକୋ - ହରିକେନ୍‌ ଲୋରେନା ମେକ୍ସିକୋ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବାକୁ ଯାଉଛି । ସ୍ଥଳ ଭାଗ ସ୍ପର୍ଶ କରିବା ସମୟରେ ୧୪୪ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ଏଥିଯୋଗୁଁ ମେକ୍ସିକୋର ବିଭିନ୍ନ ଅଞ୍ଚଳରେ ଅଚାନକ ବନ୍ୟା ବା ଫ୍ଲାସ ଫ୍ଲଡ ଆସିବ ।

wp:core-embed/twitter {"url":"https://twitter.com/i/status/1174600480749699073","type":"rich","providerNameSlug":"twitter","className":""}
https://twitter.com/i/status/1174600480749699073
/wp:core-embed/twitter

ମେକ୍ସିକୋର ଦକ୍ଷିଣ ପଶ୍ଚିମାଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ ସମୁଦ୍ର ମଧ୍ୟରେ ଭୀଷଣ ରୂପ ଧାରଣ କରିଛି । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରିବା ସହ ଏହି ହରିକେନ୍‌ ବା ଭୀଷଣ ସାମୁଦ୍ରିକ ତୋଫାନରେ ପରିଣତ ହୋଇଛି । ଆସନ୍ତ କିଛି ଦିନ ପର୍ଯ୍ୟନ୍ତ ମେକ୍ସିକୋରେ ଏହାର ପ୍ରକୋପ ଜାରି ରହିବ ।

ମେକ୍ସିକୋର ଧନ ଜୀବନର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

wp:core-embed/twitter {"url":"https://twitter.com/windyforecast/status/1174555181553541120","type":"rich","providerNameSlug":"twitter","className":""}
https://twitter.com/windyforecast/status/1174555181553541120
/wp:core-embed/twitter

ଗୁରୁବାରରେ ଏହା ମେସ୍କିକୋରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି। ଶୁକ୍ରବାର ରାତି ଓ ଶନିବାର ସକାଳେ ଏହା କାଲିଫର୍ଣ୍ଣିଆ ଉପମହାଦ୍ୱୀପ ସ୍ପର୍ଶ କରିବ ।

ଲୋରେନା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆମେରିକା ଉପରେ ଲୋରେନାର କୌଣସି ପ୍ରଭାବ ପଡିବା ନାହିଁ । ମାତ୍ର ଦକ୍ଷିଣ ପଶ୍ଚିମରେ ଥିବା ମରୁଭୂମିକୁ ଆଦ୍ର ଜଳୀୟ ବାଷ୍ପ ଯିବା ପରେ ସେହି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.