ଆଜି ସୂର୍ଯ୍ୟ ପ୍ରବେଶ କରିବେ ମେଷ ରାଶିରେ : ଏହି ସବୁ ରାଶି ଥିବା ବ୍ୟକ୍ତିମାନେ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | May 15, 2019 IST

ଆଜି ବୁଧବାର ଏବଂ ବୈଶାଖ ଶୁକ୍ଳ ପକ୍ଷର ଏକାଦଶୀ ତିଥି। ଆଜି ୧୧ଟା ୧ରେ ସୂର୍ଯ୍ୟଦେବ ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ ଏବଂ ଜୁନ୍ ୧୫ତାରିଖ ସନ୍ଧ୍ୟା ୫ଟା ୩୮ଯାଏଁ ଏଠାରେ ରହିବେ। ଯେଉଁଦିନ ସୂର୍ଯ୍ୟଦେବ କୈାଣସି ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିରେ ପ୍ରବେଶ କରିଥାନ୍ତି,ସେହି ଦିନ ସୂର୍ଯ୍ୟ ସଂକ୍ରାନ୍ତି ହୋଇଥାଏ। ଆଜି ବୃଷ ସଂକ୍ରାନ୍ତି। ଯେକୈାଣସି ସଂକ୍ରାନ୍ତିରେ ପୁଣ୍ୟକାଳର ବହୁତ ମହତ୍ତ୍ବ ରହିଥାଏ।  

ରାଶି ପରିବର୍ତ୍ତନ ସମୟରେ ପବିତ୍ର ନଦୀରେ ସ୍ନାନ ଏବଂ ଦାନର ମହତ୍ତ୍ବ କୁହାଯାଇଛି। ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଅନୁସାରେ ବୃଷ ସଂକ୍ରାନ୍ତି ସମୟରେ ଗୋଦାବରୀ ନଦୀରେ ସ୍ନାନ ଏବଂ ଦାନର ମହତ୍ତ୍ବ ରହିଛି।

ମେଷ ରାଶି : ସୂର୍ଯ୍ୟଦେବ ମେଷ ରାଶିରେ ଦ୍ବିତୀୟ ସ୍ଥାନରେ ଗୋଚର କରିବେ। ଜନ୍ମପତ୍ରିକାରେ ଦ୍ବିତୀୟ ସ୍ଥାନ ଧନ ସହ ସମ୍ପର୍କ ରଖିଥାଏ। ସୂର୍ଯ୍ୟଙ୍କ ଏହି ଗୋଚର ଦ୍ବାରା ଆପଣଙ୍କୁ ପରିଶ୍ରମ ବଳରେ ଧନ ପ୍ରାପ୍ତି ହେବ। ଆପଣଙ୍କୁ ମାତା-ପିତାଙ୍କ ସହଯୋଗ ପ୍ରାପ୍ତି ହେବ। ଏହା ସହିତ ଆପଣଙ୍କୁ ଆପଣଙ୍କ ଯୋଗ୍ୟତା ବଳରେ ସଫଳତା ମିଳିବ।ଏହି ସମୟରେ ଆପଣ ପ୍ରସିଦ୍ଧି ପାଇବା ପାଇଁ ଇଚ୍ଛୁକ ହେବେ। ଆପଣଙ୍କ ଜ୍ଞାନ ବୃଦ୍ଧି ହେବ। କିନ୍ତୁ ଆପଣଙ୍କ ମନୋଭାବ ସବୁବେଳେ ପରିବର୍ତ୍ତନ ହେଉଥିବ। ଆପଣଙ୍କ ମନ କେତେବେଳେ ଦୁଃଖୀ ତ କେତେବେଳେ ଖୁସି ହେଉଥିବ। ସେଥିପାଇଁ ଆଗାମୀ ୩୦ଦିନ ମଧ୍ୟରେ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ ମନ୍ଦିର କିମ୍ବା ଧର୍ମସ୍ଥଳରେ ନଡ଼ିଆ ଦାନ କରିବାକୁ ପଡ଼ିବ। ଏହା ଦ୍ବାରା ଶୁଭ ଫଳ ପାଇବେ।

ବୃଷ ରାଶି : ସୂର୍ଯ୍ୟଦେବ ଆପଣଙ୍କ ପ୍ରଥମ ସ୍ଥାନରେ ଗୋଚର ହେବେ। ଜନ୍ମପତ୍ରିକାରେ ପ୍ରଥମ ସ୍ଥାନ ଲଗ୍ନର ଅର୍ଥାତ୍ ଆପଣଙ୍କ ନିଜ ସ୍ଥାନ ହୋଇଥାଏ। ଜୁନ୍ ୧୫ତାରିଖ ଯାଏଁ ସୂର୍ଯ୍ୟଦେବଙ୍କ ଗୋଚରରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଲାଭ ହେବ। ଆପଣଙ୍କୁ ଧନ ପ୍ରାପ୍ତି ହେବ,ଆପଣଙ୍କୁ ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି ଘଟିବ। ଆପଣଙ୍କ ପ୍ରେମ ସମ୍ପର୍କ ମଜବୁତ ହେବ। ଏହା ସହିତ ଆପଣଙ୍କ ସନ୍ତାନଙ୍କୁ ନ୍ୟାୟାଳୟରୁ ଲାଭ ମିଳିବ। ଆପଣ ଧାର୍ମିକ କାର୍ଯ୍ୟରେ ମନ ଦେବେ। ଯଦି ଆପଣ ଏହି ସମୟରେ କେଉଁଠି ଯାତ୍ରା କରୁଛନ୍ତି,ତେବେ ଆପଣଙ୍କୁ ଏହି ଯାତ୍ରାରୁ ଲାଭ ମିଳିବ। ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ରହିବ। ଜୁନ୍ ୧୫ତାରିଖ ଯାଏଁ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ପ୍ରତିଦିନ ସକାଳେ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ନମସ୍କାର କରନ୍ତୁ। ଏହା ଦ୍ବାରା ଶୁଭ ଫଳ ପାଇବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.