Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାମମୟ ହେଲା ନ୍ୟୁୟର୍କ, ଟାଇମ୍ସ ସ୍କୋୟାରରେ ଶୁଭିଲା ‘ଜୟ ଶ୍ରୀରାମ’ ନାରା, ଦେଖନ୍ତୁ ଭିଡିଓ

5/08/2020 at 8:42 PM

ନ୍ୟୁୟର୍କ, ୦୫|୦୮:  ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଭୂମି ପୂଜନ କରିଛନ୍ତି । ଏହାକୁ ନେଇ ସାରା ଦେଶ ସମେତ ବିଦେଶରେ ମଧ୍ୟ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି । ଆମେରିକାର ରାଜଧାନୀ ନ୍ୟୁୟର୍କର ଟାଇମ୍ସ ସ୍କୋୟାର ମଧ୍ୟ ରାମମୟ ହୋଇଯାଇଛି । ଏଠାରେ ଶ୍ରୀରାମଙ୍କ ଫଟୋକୁ ଡିଜିଟାଲ କାର୍ଡ ଜରିଆରେ ପ୍ରଦର୍ଶନ କରାଯାଇଛି । ଏହାସହ ସେଠାରେ ଉପସ୍ଥିତ ଲୋକେ ଜୟ ଶ୍ରୀରାମ ନାରା ମଧ୍ୟ ଦେଇଥିଲେ ।

ବୁଧବାର ଅଯୋଧ୍ୟାରେ ସୃଷ୍ଟି ହୋଇଛି ଇତିହାସ । ବହୁ ବର୍ଷର ବିବାଦ ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ହନୁମାନନଗରୀରେ ପୂଜା କରି ଅଯୋଧ୍ୟାରେ ପହଞ୍ଚିଥିଲେ ଏବଂ ଏହାପରେ ସେ ରାମଲାଲାଙ୍କୁ ଦେଖିଥିଲେ ।

ଭୂମି ପୂଜନ ସମୟରେ ମୋହନ ଭଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ କେତେକ ଅତିଥି ଏଥିରେ ସାମିଲ ହୋଇଥିଲେ। ସମଗ୍ର ଦେଶ ଆଜି ରାମମୟ ହୋଇଛି । ଭୂମି ପୂଜନକୁ ନେଇ ସମଗ୍ର ଅଯୋଧ୍ୟା ଉତ୍ସବମୁଖର ହୋଇଛି । ପ୍ରଭୁ ରାମଙ୍କ ନାମରେ କେବଳ ଭାରତରେ ନୁହେଁ ସାତ ଦରିଆ ପାର ଆମେରିକାରେ ମଧ୍ୟ ଉତ୍ସବ ପାଳନ କରାଯାଉଛି । ଅଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ୱାଶିଂଟନ୍ ଡିସିରେ ମଧ୍ୟ ଗେରୁଆ ରଙ୍ଗର ପତାକା ଉଡାଇଥିଲେ ।

   Related Posts