ମାଟି ତଳୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି, ଭଗବାନ ଶ୍ରୀରାମଙ୍କର ବୋଲି ଗ୍ରାମବାସୀଙ୍କ ବିଶ୍ୱାସ

Published By : Prameya-News7 Bureau | July 31, 2020 IST

ଭଦ୍ରକ, ୩୧|୦୭:  ଚାଷ କରିବା ବେଳେ ମିଳିଲା ପୁରୁଣା ମୂର୍ତ୍ତି । ମୂର୍ତ୍ତିଟି ମନ୍ଦିର ଭଳି ଦେଖାଯାଉଥିବା ଏକ ପଥରର ଚାରି ଦିଗରେ ରହିଛି । ଖୋଦେଇ ହୋଇଛି ୪ ଠାକୁରଙ୍କ ମୂର୍ତ୍ତି । ଏହା ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ମୂର୍ତ୍ତି ବୋଲି ଗାଁ ଲୋକେ କହୁଛନ୍ତି । ଭଦ୍ରକ ଜିଲ୍ଲାର ଜଳଙ୍ଗା ଗ୍ରାମରେ ଏହି ବିରଳ ମୂର୍ତ୍ତି ଉଦ୍ଧାର ହେବା ପରେ ଏହାକୁ ଦେଖିବା ପାଇଁ ଭିଡ ଜମିଛି । ମୂର୍ତ୍ତି ଉଦ୍ଧାର ହେବା ପରେ ଲୋକମାନେ ପୂଜା ପାଠ ଆରମ୍ଭ କଲେଣି ।

ସୂଚନାନୁସାରେ.  ଗ୍ରାମର ରମେଶ ମଳିକ ନାମକ ଜଣେ ଚାଷୀ ବିଲରେ ହଳ କରିବା ପରେ ଚାଷ ଜମିରେ ହିଡ଼ ପାଖ ହାଣୁଥିଲେ ।  ଏହି ସମୟରେ ତାଙ୍କ କୋଦାଳ ଚୋଟରେ ଶବ୍ଦ ଶୁଭିଥିଲା । ପଥରରେ ବାଜିବାର ଜୋର୍ ଶବ୍ଦ ହେଲା ପରି ଜଣାଗଲା । ପରେ ରମେଶ ମାଟି ଖୋଳି ଭିତରୁ ଗୋଟିଏ କଳା ପଥର ମୂର୍ତ୍ତି ଦେଖିବାକୁ ପାଇଥିଲେ ।  ଏହି ମୂର୍ତ୍ତିଟି କଳା ମୁଗୁନି ପଥରରେ ହୋଇଥିବା ଭଳି ଦେଖାଯାଉଥିବା ବେଳେ ଚାରି ପାର୍ଶ୍ୱରେ  କୌଣସି ଭଗବାନଙ୍କ ଚିତ୍ର ଖୋଦେଇ ହୋଇଥିବା ଜଣା ପଡୁଛି। ଏହି ବିରଳ ମୂର୍ତ୍ତି ବିଲରୁ ପାଇବା ପରେ ଗାଁରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । 

ମୂର୍ତ୍ତିର ଚାରିପାର୍ଶ୍ୱରେ  କୌଣସି ଭଗବାନ କି ମହାପୁରୁଷଙ୍କ ଚିତ୍ର ଥିବାରୁ  ଚାଷୀ ଜଣକ ଏହି ପଥର ମୂର୍ତ୍ତିକୁ କାନ୍ଧେଇ ଗାଁକୁ ଆଣିଥିଲେ ।  ଏହି ମୂର୍ତ୍ତି ଟିକୁ ଗାଁ ଲୋକ ଦେଖିବା ପରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଥିବା ଅନୁମାନ କରୁଛନ୍ତି ।  ଏଭଳି ମୂର୍ତ୍ତି ଏଠାକୁ କିପରି ଆସିଲା  ତାହା ଜଣା ପଡ଼ିନାହିଁ । କଳା ମୁଗୁନି ପଥରରେ ପ୍ରଭୁ ଙ୍କ  ମୂର୍ତ୍ତି  ଦେଖି ଗାଁରେ ଏକ ପ୍ରକାର ଭକ୍ତିମୟ ପରିଵେଶ ସୃଷ୍ଟି ହୋଇଛି । ମୂର୍ତ୍ତିକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ପୁଅ କହିଛନ୍ତି ଯେ, ଗୁରୁବାରଠାରୁ ତାଙ୍କ ପୁଅ ରାତିରେ ବିଚଳିତ ହେଉଥିଲେ । ସେ ତାଙ୍କୁ ହନୁମାନଙ୍କ ନିକଟରେ ଦର୍ଶନ କରାଇବା ପରେ ଭଲ ହୋଇଥିଲେ , ଆଉ ଏବେ ପୁଣି ତାଙ୍କ ବାପାଙ୍କୁ ମୂର୍ତ୍ତି ମିଳିଛି । ଗାଁର ପୂଜକ ଆସି ମୂର୍ତ୍ତିକୁ ଏକ ଗଛମୂଳରେ ରଖି ପୂଜା କରିଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଏହି ମୂର୍ତ୍ତି ଦେଖିବା ପାଇଁ ଭିଡ ଜମାଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.