Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଭଗବାନ ଶ୍ରୀକୃଷ୍ଣ ଏହି କାରଣ ଯୋଗୁଁ ବିବାହ କରିଥିଲେ ୧୬୧୦୦ଜଣ ଯୁବତୀଙ୍କୁ : ପୁରା ପଢ଼ନ୍ତୁ

29/01/2019 at 1:46 PM

ଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ୧୬୧୦୮ଟି ପତ୍ନୀ ଥିବାର ବର୍ଣ୍ଣନା କରାଯାଇଛି । ଅଧିକାଂଶ ଲୋକେ ଭାବିଥାଆନ୍ତି ଶ୍ରୀକୃଷ୍ଣଙ୍କ ୧୬୧୦୮ଟି ପତ୍ନୀ ଥିଲେ। ଯେଉଁ ଲୋକଙ୍କ ଭାଗବତର ଜ୍ଞାନ ରହିଛି ସେମାନେ ଜାଣିଛନ୍ତି ଯେ ଶ୍ରୀକୃଷ୍ଣଙ୍କ ୧୬୧୦୮ଟି ପତ୍ନୀ ନୁହେଁ କେବଳ ୮ଜଣ ପତ୍ନୀ ଥିଲେ। ସେତେବେଳେ ବହୁ ବିବାହ ପ୍ରଥା ଥିଲା। ଶ୍ରୀକୃଷ୍ଣଙ୍କ ୮ଟି ପତ୍ନୀ ହେଲେ ରୁକ୍ମିଣୀ,ସତ୍ୟଭାମା,ଜାମ୍ବବତୀ,ନାଗନଜତି,କାଳିନ୍ଦୀ,ମିତ୍ରବିନ୍ଦା,ଭଦ୍ରା ଏବଂ ଲକ୍ଷ୍ମଣା। ଏବେ ଆପଣ ନିଶ୍ଚୟ ଭାବୁଥିବେ ଯେ ପ୍ରକୃତରେ ୧୬୧୦୦ଜଣ ସ୍ତ୍ରୀ କିଏ ଥିଲେ ଯେଉଁମାନଙ୍କୁ ଶ୍ରୀକୃଷ୍ଣଙ୍କ ସ୍ତ୍ରୀ ହିସାବରେ କାହିଁକି ଗଣା ଯାଉଥିଲା।

ନରକାସୁର ନାମକ ରାକ୍ଷସ ୧୬,୧୦୦ଟି ସୁନ୍ଦରୀ ଅବିବାହିତା ଯୁବତୀଙ୍କୁ ବନ୍ଦୀ କରି ରଖିଥିଲେ ଏବଂ ସେମାନଙ୍କ ସହ ଦୁର୍ବ୍ୟବହାର କରୁଥିଲେ। ଶ୍ରୀକୃଷ୍ଣ ନରକାସୁରଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଏବଂ ନରକାସୁରଙ୍କ ମୃତ୍ୟୃ ଘଟିଥିଲା। ଫଳରେ ନରକାସୁରଙ୍କ ପାଖରେ ବନ୍ଦୀ ହୋଇ ରହିଥିବା ୧୬,୧୦୦ଟି ଯୁବତୀ ଶ୍ରୀକୃଷ୍ଣଙ୍କ ଅଧୀନ ହୋଇଯାଇଥିଲେ।

ବନ୍ଦୀ ହୋଇ ରହିଥିବା ଯୋଗୁଁ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କୁ ଗ୍ରହଣ କରିବାକୁ ଚାହୁଁନଥିଲେ। ସେମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ଯଦି ଶ୍ରୀକୃଷ୍ଣ ସେମାନଙ୍କୁ ସ୍ତ୍ରୀ ଭାବେ ଗ୍ରହଣ ନ କରିବେ ତେବେ ସେମାନେ ଆତ୍ମହତ୍ୟା କରିବେ। ଶ୍ରୀକୃଷ୍ଣ ସମାଜରେ ସେମାନଙ୍କ ମାନ ପ୍ରତିଷ୍ଠା କରିବା ପାଇଁ ପତ୍ନୀଭାବେ ସ୍ବୀକାର କରିଥିଲେ। ଏହିପରି ଭାବେ ଶ୍ରୀକୃଷ୍ଣଙ୍କ ପତ୍ନୀଙ୍କ ସଂଖ୍ୟା ୧୬୧୦୮ରେ ପରିଣତ ହୋଇଥିଲା।     

       

   Related Posts