୫ ହଜାର ବର୍ଷ ପୂର୍ବରୁ ଶ୍ରୀକୃଷ୍ଣ କରିଥିବା ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ; ଜାଣନ୍ତୁ କ'ଣ

Published By : Prameya-News7 Bureau | February 03, 2019 IST

ଭୁବନେଶ୍ୱର ୩/୨ : ହିନ୍ଦୁ ଧର୍ମ ବିଷୟରେ ଆଲୋଚନା ହେଲେ ମହାଭାରତ ବିଷୟରେ ଆଲୋଚନା ହେବ ସୁନିଶ୍ଚିତ | ଯେଉଁଠି ମହାଭାରତ କଥା ଉଠେ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ କଥା ନିଶ୍ଚୟ ଉଠିଥାଏ | ଶ୍ରୀକୃଷ୍ଣଙ୍କ ଧର୍ମ ତାଙ୍କ ବାଣୀ ଲୋକଙ୍କୁ ଆଜି ମଧ୍ୟ ବହୁତ ପସନ୍ଦ | ଏମିତି କିଛି କଥା ରହିଛି ଯାହା ଶ୍ରୀକୃଷ୍ନ ହଜାର ବର୍ଷ ପୂର୍ବରୁ କହିଥିଲେ ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି | ଲୋକେ ଶ୍ରୀକୃଷ୍ଣଙ୍କ ବାଣୀ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି | କଳିଯୁଗ ସମ୍ପର୍କରେ ଶ୍ରୀକୃଷ୍ଣ ଅନେକ କଥା ବର୍ଣନା କରି କହିଥିଲେ | ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ସମ୍ପର୍କରେ କହିବୁ ଯାହା ଶ୍ରୀକୃଷ୍ଣ ହଜାର ବର୍ଷ ତଳେ କହିଥିଲେ |

{"id":81330}


ଶ୍ରୀକୃଷ୍ଣ କହିଥିଲେ ଯେ, ଭବିଷ୍ୟତରେ ମନୁଷ୍ୟକୁ ସମ୍ପୂର୍ଣ ସୁସ୍ଥ ଜୀବନ ମିଳିବନାହିଁ | ଭବିଷ୍ୟତରେ ଅନେକ ପ୍ରକାର ରୋଗ ବୈରାଗ ମନୁଷ୍ୟକୁ ଗ୍ରାସ କରିବା | ଯାହାଫଳରେ ମନୁଷ୍ୟ ୫୦ ବର୍ଷ ବୟସରୁ ଉପରକୁ ଯିବା ସମ୍ଭବ ହେବନାହିଁ | ଶ୍ରୀକୃଷ୍ଣଙ୍କ ଏହି ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି | ଆପଣ ମଧ୍ୟ ଦେଖିଥିବେ ଆଜିକାଲି ଲୋକଙ୍କ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି | ବୟସ ସୀମା ଧୀରେ ଧୀରେ କମି ୫୦ ବର୍ଷ ହୋଇଗଲାଣି |

{"id":81331,"width":587,"height":440}


ଶ୍ରୀକୃଷ୍ଣ ଆହୁରି କହିଥିଲେ ଯେ, ଭବିଷ୍ୟତରେ ମଣିଷର ପରିଚୟ ତାର ଗୁଣରୁ ନୁହେଁ ତାର ଧନ ସମ୍ପତ୍ତିରୁ ହେବ | ଧନୀ ଏବଂ ଅଧର୍ମୀ ଲୋକେ ସମାଜର ପ୍ରତିନିଧିତ୍ବ କରିବେ | ସେହି ଅଧର୍ମୀ ଲୋକେ ସମାଜକୁ ଗର୍ତ୍ତ ମଧ୍ୟକୁ ନେଇଯିବେ ଏବଂ ସମାଜ ଧୀରେ ଧୀରେ ଦୁର୍ନୀତି ଆଡକୁ ଗତି କରିବା | ଏହି ଭବିଷ୍ୟବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି | ଅନେକ ଜାଗାରେ କର୍ମ କିମ୍ବା ଗୁଣ ନଦେଖି ଲୋକଙ୍କୁ ପ୍ରତିନିଧି ଭାବେ ଚୟନ କରାଯାଉଛି |

{"id":81332,"width":587,"height":440}


ଶ୍ରୀକୃଷ୍ଣ କହିଥିଲେ ଯେ, ଭବିଷ୍ୟତରେ ପାରିବାରିକ ମୂଲ୍ୟର ପତନ ଘଟିବ | ସ୍ତ୍ରୀ ପୁରୁଷ କେବଳ ଉପଭୋଗ ପାଇଁ ପରସ୍ପରକୁ ବିବାହ କରିବେ | ଏହାଛଡା ନିଜ ଗୁରୁଜନଙ୍କ ଉପଦେଶକୁ ମଧ୍ୟ ଅବମାନନା କରିବେ | ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ରହିବ ନାହିଁ | ଶ୍ରୀକୃଷ୍ଣଙ୍କ ଏହି ଉକ୍ତି ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି |

{"id":81333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.