Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏହି ସ୍ଥାନରେ ମାଟି ମୂର୍ତ୍ତିରେ ପୂଜା ପାଉଛନ୍ତି ଜଗନ୍ନାଥ : ୯ଦିନ ପୂଜା ପରେ ହୋଇଥାଏ ବିସର୍ଜନ

9/03/2020 at 1:30 PM

ଭଦ୍ରକ ୯/୩: କୋଟି ଓଡିଆର ମଉଡମଣି ଜଗନ୍ନାଥ । ଜଗତର ନାଥ ଜଗନ୍ନାଥ । କେଉଁଠି କେଉଁ ରୂପରେ ପୂଜା ପାଆନ୍ତି । ପ୍ରାୟତଃ ଦାରୁରେ ମୂର୍ତ୍ତି ନିର୍ମାଣ ହୋଇଥିବାବେଳେ କେତେକ ସ୍ଥାନରେ ପିତ୍ତଳ ଧାତୁ ନିର୍ମିତ ମୂର୍ତ୍ତି ପୂଜା କରାଯାଏ । ଏଠି କିନ୍ତୁ ନିଆରା ଭାବେ ପୂଜା ପାଆନ୍ତି ପ୍ରଭୁ ଜଗନ୍ନାଥ । ଏଠି ମାଟିରେ ତିଆରି ମୂର୍ତ୍ତିଙ୍କୁ ପୂଜା କରାଯାଏ । ଆଉ ନଅ ଦିନ ପରେ ମାଟିର ଜଗନ୍ନାଥ , ବଳଭଦ୍ର ଓ ମା ସୁଭଦ୍ରାଙ୍କ ମୂର୍ତ୍ତିକୁ ବିସର୍ଜନ କରି ପୁଣି ଆର ବର୍ଷକୁ ଅନାଇ ବସନ୍ତି ଗାଁ ଲୋକେ ।

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଜାନୁମଞ୍ଜସାହିର ସପ୍ତା ଘର । ଏଠି ଚାଲିଛି ଜଗନ୍ନାଥଙ୍କ ପୂଜା । ବହୁ କାଳରୁ ପୂଜା ହେଉଛି । ଏଠି କିନ୍ତୁ ପରମ୍ପରା ଅଲଗା । ଏଠି ଜଗନ୍ନାଥ , ବଳଭଦ୍ର ଓ ମା ସୁଭଦ୍ରାଙ୍କ ମୂର୍ତ୍ତି ମାଟିରେ ତିଆରି ହୋଇଥାଏ । ମାତ୍ର ୯ଦିନ ଧରି ଆୟୋଜିତ ହୁଏ ପୂଜା । ଜାଗର ପୂର୍ବଦିନ ମାଟି ଅନୁକୂଳ କରି ଉଠାଯାଏ । ଜାଗର ପରଦିନ ଆରମ୍ଭ ହୁଏ ମୂର୍ତ୍ତି ତିଆରି । ଦୁଇ ଜଣ କାରିଗର ମୂର୍ତ୍ତି ନିର୍ମାଣ କରନ୍ତି । ଫାଲଗୁନ ମାସ ଶୁକ୍ଲପକ୍ଷ ତ୍ରୟୋଦଶୀରୁ ଆରମ୍ଭ ହୁଏ ପୂଜା । ଗାଁର ମହିଳା ମାନେ ନିକଟସ୍ଥ ହନୁମାନ ପୋଖରୀରୁ୧୦୮କଳସୀ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରନ୍ତି । ପ୍ରଥମ ଦିନ ଘଟସ୍ଥାପନ କରି ତିନି ଠାକୁରଙ୍କୁ ଜୀବଦାନ କରାଯାଏ । ପରେ ଆରମ୍ଭ ହୁଏ ନବଦିବସ ବ୍ୟାପୀ ପୂଜା । ସମସ୍ତ ରୀତିନୀତି ସହ ପୂଜାପାଠ ହୁଏ ।୯ଦିନ ପରେ ବିସର୍ଜନ ହୁଅନ୍ତି ତିନି ଠାକୁର ।

ଏହି ଗାଁରେ ବସବାସ କରନ୍ତି ଗୋପାଳ ସଂପ୍ରଦାୟର ଲୋକେ । ସେମାନଙ୍କ ମତରେ ଭାଗବତ ହିଁ ଜଗନ୍ନାଥ । ସେଥି ପାଇଁ ସପ୍ତା ଘରେ ହୁଏ ଠାକୁରଙ୍କ ପୂଜା । ପ୍ରତ୍ୟକ ଦିନ ଏଠାରେ ଭାଗବତ ପାଠ କରାଯାଏ । ଅବଢା ଅନ୍ନ ମଧ୍ୟ ବଣ୍ଟନ କରାଯାଏ । ପ୍ରତ୍ୟକ ସନ୍ଧ୍ୟାରେ ପୂଜକ ଭଗବତ ଓ ଗୀତା ପାଠ କରି ଶୁଣାଇଥାନ୍ତି । ଗ୍ରାମବାସୀମାନେ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରିଥାନ୍ତି । ୯ଦିନ ଧରି ଗାଁ ଉତ୍ସବମୁଖର ହୋଇଥାଏ । ବନ୍ଧୁବାନ୍ଧବମାନେ ମଧ୍ୟ ଗାଁକୁ ଆସନ୍ତି ଏହି ପୂଜାକୁ ଦେଖିବା ପାଇଁ । ପୂଜାର ଶେଷ ଦିନରେ ଗାଁ ନିକଟ ପୋଖରୀରେ ତିନି ଠାକୁରଙ୍କ ମାଟି ତିଆରି ମୂର୍ତ୍ତିକୁ ବିସର୍ଜନ କରାଯାଏ । ବିସର୍ଜନ ପରେ ସପ୍ତାଘରେ ସମସ୍ତ ଦିନ ପୂଜା ସହ ଅନ୍ୟାନ୍ୟ ପୂଜାପର୍ବ ମଧ୍ୟ ସମାପନ ହୋଇଥାଏ ।

କଥାରେ ଅଛି ବିଶ୍ଵାସେ ମିଳଇ ହରି । ସେହି ଭଳି ପ୍ରଭୁ ଜଗନ୍ନାଥ ଭକ୍ତଙ୍କୁ ନିକଟକୁ ଧାଇଁ ଯାଇଥାନ୍ତି । ଦାସିଆବାଉରୀ ହୁଅନ୍ତୁ କି ଭକ୍ତ ସାଲବେଗ । ପ୍ରଭୁ ଜଗନ୍ନାଥ ସବୁବେଳେ ଭକ୍ତଙ୍କ ମନ ଅନୁଯାୟୀ ପୂଜା ସ୍ଵୀକାର କରିଥାନ୍ତି । ସେଥିପାଇଁ ଏଠାରେ ମଧ୍ୟ ମାଟି ମୂର୍ତ୍ତି ରୂପରେ ଭକ୍ତ ନିକଟରେ ପୂଜା ପାଉଛନ୍ତି ଜଗନ୍ନାଥ ।

   Related Posts