କାର୍ତ୍ତିକ ବଡ ଏକାଦଶୀରେ ଲଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀ ଅଲାରନାଥ

Published By : Prameya-News7 Bureau | November 15, 2021 IST

ବ୍ରହ୍ମଗିରି ୧୫/୧୧: ଆଜି ପବିତ୍ର କାର୍ତ୍ତିକ ମାସ ବଡ ଏକାଦଶୀରେ ଲଷ୍ମୀନାରାୟଣ ବେଶ ରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ ଅଲାରନାଥ । ଆଜିଠାରୁ ପବିତ୍ର ପଂଚୁକ ବ୍ରତ ଆରମ୍ଭ ସହିତ ବଡ଼ ଏକାଦଶୀ ତିଥୀ ।

wp:gallery {"ids":[543990],"linkTo":"none"} /wp:gallery

ସେଥିପାଇଁ ଆଜି ସକାଳୁ ଅଲାରନାଥ ମନ୍ଦିରରେ ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି, ଅବକାଶ, ମଇଲମ,ତୁଳସିଲାଗି ପରେ ଲଷ୍ମୀନାରାୟଣ ବେଶ କରାଯାଇ ସର୍ବସାଧାରଣ ଦର୍ଶନ କରାଯାଇଛି । ଏହି ବେଶ କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.