ଭଗବାନ ଶିବଙ୍କ ୫ ରହସ୍ୟ: ମହାଦେବଙ୍କ ଭକ୍ତ ନିଶ୍ଚୟ ଜାଣିବା ଉଚିତ

Published By : Prameya-News7 Bureau | September 08, 2020 IST

ଭୁବନେଶ୍ୱର ୦୮/୦୯ : ଦେବା ଦେବା ମହାଦେବଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |

{"id":326974,"sizeSlug":"large"}

ହିନ୍ଦୁ ପୌରାଣିକ ବିଶ୍ୱାସ ଅନୁଯାୟୀ, ଶିବଙ୍କ ୫ଟି ମୁଖ୍ୟ ରହସ୍ୟ ରହିଛି | ପ୍ରତ୍ୟେକ ଶିବଭକ୍ତ ଏହି ରହସ୍ୟ ସମ୍ପର୍କରେ ଜାଣିବା ଉଚିତ |

. ଶିବଙ୍କ ବେକରେ ସାପ - ଶିବଙ୍କ ମଧ୍ୟରେ ପରସ୍ପର ବିରୋଧୀ ଭାବର ସାମଞ୍ଜସ୍ୟ ଦେଖିବାକୁ ମିଳେ | ଶିବଙ୍କ ମସ୍ତକରେ ଗୋଟିଏ ପଟେ ଚନ୍ଦ୍ର ଥିବାବେଳେ ଅନ୍ୟପଟେ ମହା ବିଷଧର ସାପ | ବିଷଧର ସାପ ଶିବଙ୍କ ବେକରେ ହାର ଭଳି ଗୁଡେଇ ହୋଇ ରହିଥାଏ | ଭଗବାନ ଶିବଙ୍କ ବେକରେ ଗୁଡେଇ ହୋଇଥିବା ସାପ ହେଲେ ନାଗରାଜା ବାସୁକୀ | ବାସୁକୀ ନାଗ କଶ୍ୟପ ଋଷିଙ୍କ ପୁତ୍ର ଥିଲେ | ସେ ଶିବଙ୍କ ପରମ ଭକ୍ତ ବୋଲି କୁହାଯାଏ |

{"id":326966,"sizeSlug":"large"}

. ଶିବଙ୍କ ମସ୍ତକରେ ଚନ୍ଦ୍ରମା - ଶିବଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଏ | ଏହାକୁ ନେଇ ମଧ୍ୟ ଏକ ବିଶ୍ୱାସ ରହିଛି | ମହାରାଜା ଦକ୍ଷ ଚନ୍ଦ୍ରମାଙ୍କୁ କ୍ଷୟ ରୋଗର ଅଭିଶାପ ଦେଇଥିଲେ | ଏହି ରୋଗରୁ ବଞ୍ଚିବା ପାଇଁ ଚନ୍ଦ୍ରମା ଭଗବାନ ଶିବଙ୍କୁ ଆରାଧନା କରିଥିଲେ | ଚନ୍ଦ୍ରମାଙ୍କ ଭକ୍ତିରୁ ପ୍ରସନ୍ନ ହୋଇ ଏବଂ ତାଙ୍କ ସୁରକ୍ଷା ପାଇଁ ଶିବ ଚନ୍ଦ୍ରମାଙ୍କୁ ନିଜ ମସ୍ତକରେ ଧାରଣ କରିଥିଲେ |

{"id":326965,"width":568,"height":285,"sizeSlug":"large"}

୩. ଶିବଙ୍କ ଆଭୂଷଣ ଭସ୍ମ - ଭଗବାନ ଶିବ ଅନ୍ୟ ଭଗବାନଙ୍କ ଭଳି ଆଭୂଷଣ ଧାରଣ କରନ୍ତିନି | ଆଭୂଷଣ ବଦଳରେ ସେ ନିଜ ଶରୀରରେ ଭସ୍ମ ବୋଲି ହୋଇଥାନ୍ତି | ଶିବଙ୍କ ଅଭିଷେକ ମଧ୍ୟ ଭସ୍ମରେ ହୋଇଥାଏ | ଶିବ ସଂସାରର ଆକର୍ଷଣ ଠାରୁ ବହୁ ଦୂରରେ | ମୋହ ମାୟା ତାଙ୍କ ପାଇଁ ଭସ୍ମ ଠାରୁ ଅଧିକ ନୁହେଁ | 

{"id":326967,"width":564,"height":371,"sizeSlug":"large"}

୪. ଶିବଙ୍କ ତ୍ରିନେତ୍ର - ମହାଦେବଙ୍କର ତିନିଟି ନେତ୍ର | ସେଥିପାଇଁ ତାଙ୍କୁ ତ୍ରିନେତ୍ର ମଧ୍ୟ କୁହାଯାଏ | ସେ ଯେତେବେଳେ ନିଜର ତୃତୀୟ ନୟନ ଖୋଲନ୍ତି ସେତେବେଳେ ସାରା ସଂସାରର ବିନାଶ ହୋଇଯାଏ | ସୃଷ୍ଟିର ବିନାଶ ପାଇଁ ସେ ନିଜର ତୃତୀୟ ନୟନ ପ୍ରୟୋଗ କରିଥାନ୍ତି | ଶିବଙ୍କୁ ତୃତୀୟ ନୟନ କିଭଳି ମିଳିଥିଲା ସେହି ରହସ୍ୟ ବହୁତ ଲୋକ ଜାଣିନଥାନ୍ତି |

{"id":326968,"width":573,"height":430,"sizeSlug":"large"}

ପୌରାଣିକ କଥା ଅନୁସାରେ, ଥରେ ହିମାଳୟରେ ଭଗବାନ ଶିବ ଏକ ସଭା କରୁଥିଲେ | ଏହି ସଭାରେ ସମସ୍ତ ଦେବତା, ଋଷି, ଜ୍ଞାନିଜନ ସାମିଲ ଥିଲେ | ସେତେବେଳେ ମାତା ପାର୍ବତୀ ଆସିଥିଲେ ଏବଂ ନିଜ ମନୋରଞ୍ଜନ ପାଇଁ ନିଜ ପାପୁଲିରେ ଶିବଙ୍କ ଆଖିକୁ ଢାଙ୍କି ଦେଇଥିଲେ | ମାତା ପାର୍ବତୀ ଯେମିତି ଶିବଙ୍କ ଆଖିକୁ ଢାଙ୍କିଦେଲେ ସାରା ସଂସାରରେ ଅନ୍ଧାର ଛାଇ ଗଲା | ଏହାପରେ ସଂସାରର ଜୀବଜନ୍ତୁଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା | ସଂସାରର ଏହିଭଳି ଦଶା ସେ ଦେଖିପାରିଲେ ନାହିଁ ଏବଂ ନିଜ ମସ୍ତକରେ ଏକ ଜ୍ୟୋତିଃପୁଞ୍ଜ ପ୍ରକଟ କରିଥିଲେ ଯାହା ଶିବଙ୍କ ତୃତୀୟ ନୟନ ହୋଇଥିଲା |

{"id":326970,"width":564,"height":335,"sizeSlug":"large"}

୫. ତାଣ୍ଡବ ନୃତ୍ୟ - ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟକୁ ନେଇ ଅଧିକାଂଶ ଲୋକ ପୁରା ରହସ୍ୟ ଜାଣିନଥାନ୍ତି | ଅଧିକାଂଶ ଲୋକ ଭାବନ୍ତି ତାଣ୍ଡବ ନୃତ୍ୟ ଭଗବାନ ଶିବଙ୍କ କ୍ରୋଧ ସହ ଜଡିତ | ରୌଦ୍ର ତାଣ୍ଡବ କରୁଥିବା ଶିବଙ୍କ ଆଉ ଏକ ନାମ ରୁଦ୍ର | କିନ୍ତୁ ଶିବଙ୍କ ଆଉ ଏକ ତାଣ୍ଡବ ନୃତ୍ୟ ଆନନ୍ଦ ପ୍ରଦାନ ମଧ୍ୟ କରିଥାଏ | ଏହାକୁ ଆନନ୍ଦ ତାଣ୍ଡବ କୁହାଯାଏ | ଆନନ୍ଦ ତାଣ୍ଡବ କରୁଥିବା ଶିବଙ୍କୁ ନଟରାଜ କୁହାଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.