ଘରେ ରଖନ୍ତୁ ବଇଁଶୀ : ଖୁବ୍ କମ୍ ଦିନ ମଧ୍ୟରେ ବଦଳିଯିବ ଆପଣଙ୍କ ଭାଗ୍ୟ,ଫେରିବ ସୁଖ-ଶାନ୍ତି

Published By : Prameya-News7 Bureau | May 19, 2020 IST

କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ବଇଁଶୀ ଘରେ ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀକୁ ଖୁବ୍ ମହତ୍ତ୍ବ ଦିଆଯାଇଛି। କୁହାଯାଏ ଯାହା ଘରେ ବଇଁଶୀ ଥାଏ ସେଠାରେ ନକରାତ୍ମକ ଶକ୍ତିର ପ୍ରଭାବ ରହିନଥାଏ। ଏହା ସହିତ ଘରେ ବଇଁଶୀ ରଖିବା​ ଦ୍ବାରା ସମସ୍ତ ପ୍ରକାର ବାସ୍ତୁଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ବଇଁଶୀ ସହ ଜଡ଼ିତ ବାସ୍ତୁ ଟିପ୍ସ,ଯାହା ଘରର ସୁଖ ଖାନ୍ତି ବଜାୟ ରଖିବା ସହ ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର କରିଥାଏ।  

{"id":272451,"width":589,"height":442,"sizeSlug":"large"}

ଘରକୁ ଆସିଥାଏ ସୁଖ-ଶାନ୍ତି : ବିଶ୍ବାସ ରହିଛି ଯେ ଘରେ ବଇଁଶୀ ରଖିବା ଦ୍ବାରା ଆଖପାଖରେ ଖରାପ ଶକ୍ତି ନଥାଏ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜା ରହିନଥାଏ ଏବଂ ଘରେ ସୁଖ-ଶାନ୍ତି ବଜାୟ ରହିଥାଏ। ଏଥିପାଇଁ ଘରର କଣରେ ଭିନ୍ନ ଭିନ୍ନ ରଙ୍ଗର ବଇଁଶୀ ରଖନ୍ତୁ ।

{"id":272454,"sizeSlug":"large"}

ଆଣିଥାଏ ଦାମ୍ପତ୍ୟ ସୁଖ : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅକାରଣରେ ହେଉଥିବା ଝଗଡ଼ାର କାରଣ ବାସ୍ତୁ ଦୋଷ ହୋଇଥାଏ। ଏପରି ସ୍ଥିତିରେ ବେଡରୁମର ଛାତରେ ଲାଲ ରଙ୍ଗର ସୂତାରେ ୨ଟି ବଇଁଶୀକୁ ବାନ୍ଧି ଝୁଲାଇ ଦିଅନ୍ତୁ। ଏହା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ।

{"id":272456,"width":578,"height":385,"sizeSlug":"large"}

ଝଗଡ଼ା ଦୂର କରିଥାଏ: ଘର-ପରିବାର ଏବଂ ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ଦୂର କରିଥାଏ। ଏଥିପାଇଁ ହଲରେ ଗୋଟିଏ ରଙ୍ଗର ଦୁଇଟି ବଇଁଶୀ ରଖନ୍ତୁ।

{"id":272458,"sizeSlug":"large"}

ଦୂର କରେ ଆର୍ଥିକ ସମସ୍ୟା : ବାସ୍ତୁ ଅନୁସାରେ ମନ୍ଦିରରେ ଚାନ୍ଦିର ବଇଁଶୀ ରଖିବା ଦ୍ବାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଲକରରେ ଚାନ୍ଦି ବଇଁଶୀ ରଖିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହା ସହିତ ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ।

{"id":272461,"sizeSlug":"large"}

ବ୍ୟବସାୟରେ ମିଳିଥାଏ ପ୍ରତିଷ୍ଠା : ଅଫିସ ଛାତରେ ଲାଲ ରଙ୍ଗର ସୂତାରେ ବଇଁଶୀ ବାନ୍ଧି ଝୁଲାଇବା ଦ୍ବାରା ବ୍ୟବସାୟରେ ସମସ୍ତ ବାଧା ଦୂର ହୋଇଥାଏ। ଯଦି ଆପଣଙ୍କୁ ଚାକିରୀ ମିଳୁନାହିଁ ତେବେ ବେଡରୁମ୍ କବାଟରେ ହଳଦିଆ ରଙ୍ଗର ବଇଁଶୀ ଝୁଲାନ୍ତୁ। ଆପଣଙ୍କ ସମସ୍ୟା ଦୂର ହୋଇଯିବ।

{"id":272462,"sizeSlug":"large"}

ସନ୍ତାନ ପ୍ରାପ୍ତି ପାଇଁ : ସନ୍ତାନ ପ୍ରାପ୍ତିର ଇଚ୍ଛା ରଖିଥିବା ଦମ୍ପତ୍ତି ନିଜ ବେଡରୁମରେ ସବୁଜ ବଇଁଶୀ ରଖନ୍ତୁ। ଏହାକୁ ଏପରି ରଖନ୍ତୁ ଯାହା ଦ୍ବାରା କେହି ନ ଦେଖନ୍ତୁ।

{"id":272464,"sizeSlug":"large"}

ରୋଗ ଦୂର କରିଥାଏ : ଯଦି ପରିବାରର ସଦସ୍ୟ ପ୍ରାୟ ଅସୁସ୍ଥ ରହୁଥିବେ ତେବେ ରୋଷେଇ ଘରେ ସୁନେଲି ବଇଁଶୀ ରଖନ୍ତୁ। ଏହା ଦ୍ବାରା ପରିବାରରେ ଲୋକେ ରୋଗରୁ ବର୍ତ୍ତିବେ।

{"id":272465,"sizeSlug":"large"}

ମନ୍ଦିରରେ ରଖନ୍ତୁ ବଇଁଶୀ : ଘରର ମନ୍ଦିରରେ ମୟୁର ପଙ୍ଖ ଲାଗିଥିବା ବଇଁଶୀ ରଖିବା ଦ୍ବାରା ସମସ୍ତ ଅଟକିଥିବା କାର୍ଯ୍ୟ ପୂରା ହୋଇଥାଏ। ଏହା ସହିତ ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.