Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ: ଏଠାରେ ଜଗତର ନାଥ ଜଗନ୍ନାଥ ରହିଥିଲେ ୩୦ ମାସ

21/06/2020 at 6:45 PM

ବ୍ରହ୍ମପୁର୨୧/୬: ଜଗତର ନାଥ ଜଗନ୍ନାଥ। କୋଟି କୋଟି ଓଡିଆଙ୍କ ଆରଧ୍ୟ ଦେବତା ପ୍ରଭୁ ଜଗନ୍ନାଥ। ରଥଯାତ୍ରାକୁ ନେଇ ସମସ୍ତେ ଭାବ ବିହ୍ବଳ। ଶ୍ରୀକ୍ଷେତ୍ର  ପୁରୀ, ଜଗନ୍ନାଥ,  ରଥଯାତ୍ରା ସହ ଗଞ୍ଜା ଜିଲ୍ଲା ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ସହ କ’ଣ ସଂପର୍କ ରହିଛି ଆସନ୍ତୁ ଜାଣିବା।

 ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ। ଜଗତର ନାଥ ଜଗନ୍ନାଥ ଏଠାରେ ୩୦ ମାସ ରହିଥିଲେ । ଗଜପତି ମହାରାଜ ଦ୍ବିତୀୟ ରାମଚନ୍ଦ୍ରଙ୍କ ରାଜୁତି ସମୟରେ କଳାପାହାଡ଼ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଜଗନ୍ନାଥ ମହାରାଜା ଙ୍କୁ ସ୍ବପ୍ନାଦେଶ ହେଲେ । ପୁରୀ ଶ୍ରୀ ମନ୍ଦିରରୁ ତୁରନ୍ତ ଗଞ୍ଜାମ ଜିଲ୍ଲା ମାରଦା ପୀଠକୁ ସ୍ଥାନାନ୍ତରିତ କରିବାକୁ । ଆଠଗଡ ପାଟଣା ରାଜା ଶ୍ରୀ ଚନ୍ଦନ ଦେବଜୀ ଜଗନ୍ନାଥଙ୍କ ପରମ ଭକ୍ତ। ଚିଲିକା ମଧ୍ୟ ଦେଇ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଠଗଡ ପାଟଣା ମାରଦା ଠାରେ ଜଗନ୍ନାଥଙ୍କୁ ଅବସ୍ଥାପିତ କରାଗଲା।

ପ୍ରଥମେ ମାଟି ଭିତରେ ଠାକୁରଙ୍କୁ କିଛି ଦିନ ରଖାଯିବା ପରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ହେଲା । ପରେ ମନ୍ଦିରରେ ଠାକୁର ୩୦ ମାସ ପର୍ଯ୍ୟନ୍ତ ଏଠାରେ ପୂଜା ପାଇଥିଲେ । କଳାପାହାଡର ଆକ୍ରମଣ ଭୟରେ ଜଗନ୍ନାଥଙ୍କ ଲୁଚକାଳି ଖେଳ ମଧ୍ୟରେ ରଥଯାତ୍ରା ବନ୍ଦ ଥିବା କିମ୍ବଦନ୍ତୀ କହୁଛି । ଏଠାରେ ଜଗନ୍ନାଥ କିଛି ଦିନ ଶରଣ ନେଇଥିବାରୁ ଏହାକୁ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ନାମିତ ହୋଇଥିବା ପୂଜକ କହିଛନ୍ତି ।

୧୭୩୩ ମସିହାରେ  ଆକ୍ରମଣକାରୀ ରଜାଙ୍କ ଭୟରେ ଜଗନ୍ନାଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠକୁ ଚାଲି ଆସିଥିଲେ । ସେତେବେଳେ ରଥଯାତ୍ରା ବନ୍ଦ ଥିଲା। ଏବେ କୋରନା ମହାମାରୀ ଭୟରେ ରଥଯାତ୍ରା ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ରାୟ ଶୁଣାଇଛନ୍ତି ।

 ଏବେର ସାଂପ୍ରତିକ ପରିସ୍ଥିତି ସହ ସେତେବେଳର ଘଟଣାବଳୀକୁ ମାରଦା ପୀଠ ମନେ ପକାଇ ମୁକ ସାକ୍ଷୀ ଥିବା ସଂସ୍କୃତି ବିଶାରଦ କହନ୍ତି। ଅଞ୍ଚଳବାସୀ ମଧ୍ୟ ଇତିହାସର ଗାଥାକୁ ମନେ ପକାଇ ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ମାରଦା ପୀଠ ସହ ଯୋଡିଛନ୍ତି । ଆଜି ଏଠାରେ ଜଗନ୍ନାଥ ଠାକୁର ସିନା ନାହାନ୍ତି।  ହେଲେ ତିନି ଠାକୁରଙ୍କ ପିଣ୍ଡି ପାଉଛନ୍ତି ପୂଜାର୍ଚ୍ଚନା ।

   Related Posts