ରଥଯାତ୍ରାର ଟିଭି ପ୍ରସାରଣ ପାଇଁ ସରିଲା ଟେଣ୍ଡର ; କାହାକୁ ମିଳିବ ପ୍ରସାରଣ ଅଧିକାର ଆଜି ହେବ ଖୁଲାସା, ସେପଟେ ନିଲାମ ବାତିଲ୍ କରିବାକୁ ହାଇକୋର୍ଟରେ ପିଆଇଏଲ୍

Published By : Prameya-News7 Bureau | June 11, 2019 IST

ପୁରୀ ୧୧|୬: ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ସିଧା ପ୍ରସାରଣ ନିଲାମ ଡାକରା ନିଷ୍ପତ୍ତି ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । ବିଭିନ୍ନ ମହଲରୁ ଏହାକୁ ତୀବ୍ର ବିରୋଧ କରାଗଲାଣି । ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ ନିଲାମି ଖୋଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଉପସ୍ଥିତିରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ । ଆଜି ମଧ୍ୟ ପରିଚାଳନା କମିଟି ବୈଠକ ଥିବାରୁ ଏଥିରେ ଏନେଇ ଆଲୋଚନା ହେବ । 

ଘରେ ବସି ଜଗନ୍ନାଥଙ୍କ ରଥ ଯାତ୍ରାକୁ ପାଖରୁ ଭକ୍ତ ଦେଖିବାରେ ମନ୍ଦିର ପ୍ରଶାସନ ଅନ୍ତରାୟ କରୁଥିବା ବୁଦ୍ଧିଜୀବୀ ମହଲରେ ଯୁକ୍ତି ରଖୁଥିବା ବେଳେ ସେପଟେ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ମତ ଟିଭି ଚ୍ୟାନେଲ ମାନେ ରଥଯାତ୍ରାର ସିଧା ପ୍ରସାରଣ କରି ଅର୍ଥ ରୋଜଗାର କରୁଛନ୍ତି । ଏହି ବ୍ୟବସ୍ଥା ହେଲେ ଶ୍ରୀ ମନ୍ଦିର ପ୍ରଶାସନକୁ ଅର୍ଥ ଆସିବ । ଏହା ପୁରୁଣା ପ୍ରସ୍ତାବ ଏବେ କେବଳ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଥିବା ଯୁକ୍ତି ରଖିଛି ଶ୍ରୀମନ୍ଦିର ପ୍ରଶାସନ ।

ତେବେ ଶ୍ରୀମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟାନ ଦେଇ କହିଛନ୍ତି, ଶ୍ରୀମନ୍ଦିର ଆୟ ବଢାଇବା ପାଇଁ ଏହା ଏକ ପ୍ରକ୍ରିୟା । ତେବେ ଏତେ ବଡ ନିଷ୍ପତ୍ତି ନେବା ଆଗକୁ କାହାକୁ ବିଶ୍ୱାସକୁ ନେଇଥିଲା କି ଶ୍ରୀମନ୍ଦିର ପ୍ରଶାସନ । ପରିଚାଳନା କମିଟିରେ କିମ୍ବା ଛତିଶା ନିଯୋଗ ବୈଠକରେ ପ୍ରସଙ୍ଗକୁ ଉଠାଇ ସମସ୍ତଙ୍କ ଆଭିମୁଖ୍ୟ ଜାଣିବାକୁ ନଚାହିଁ ଏକପାଖିଆ ଭାବେ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବାର ଆବଶ୍ୟକତା କାହିଁକି ପଡିଲା?

{"id":121922}

ଯଦି ସିଧା ପ୍ରସାରଣକୁ ନିଲାମ କରି ଆୟ ବଢାଇବାକୁ ଚାହୁଁଛି ମନ୍ଦିର ପ୍ରଶାସନ ତେବେ ନିଜେ ରଥଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରାଇ ଯଦି ଏହାକୁ ସମସ୍ତ ଚ୍ୟାନେଲକୁ ବିକ୍ରି କରନ୍ତେ ତେବେ ହୁଏତ ଅଧିକ ରାଜସ୍ୱ ପାଇପାରନ୍ତେ ମନ୍ଦିର ପ୍ରଶାସନ । ଆଶ୍ଚର୍ଯ୍ୟର କଥା ହେଉଛି, ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଉଥିବା ବେଳେ ଆଇନ ବିଭାଗ ଚୁପ ରହିଛି । ଏପରିକି ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ସରକାରୀ ସ୍ତରରେ ଏହାକୁ ନେଇ ସେଭଳି ତତ୍ପରତା ପ୍ରକାଶ ପାଇନି । ସରକାର କଣ ଏହାକୁ ନୀରବରେ ସମର୍ଥନ କରୁଛନ୍ତି କି ?

ଏକ ରିପୋର୍ଟ ଅନୁସାରେ, ଜଗନ୍ନାଥ ହେଉଛନ୍ତି ୫୯ ହଜାର ଏକର ଜମିର ମାଲିକ । ୨୩ ଜିଲ୍ଲା ଓ ୯ ରାଜ୍ୟରେ ଏହି ଜମି ସବୁ ରହିଛି । ହେଲେ ୩୦ ହଜାର ଏକର ଜମି କିନ୍ତୁ ଜଗନ୍ନାଥଙ୍କ ନାଁରେ ରହିଛି । ବାକି ସବୁ ଜମିକୁ ମାଫିଆ କିମ୍ବା ପ୍ରଭାବଶାଳୀ ଲୋକ ନିଜ କବଜାକୁ ନେଇ ସାରିଛନ୍ତି । ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ରାଜକୋଷ ବଢାଇବାକୁ ଏହି ସବୁ ଜମି ନିଜ କବଜାକୁ ଆଣି କାହିଁକି ନିଲାମ କରିବାକୁ ଅଂଟା ଭିଡୁନି ଶ୍ରୀମନ୍ଦିର ପ୍ରଶାସନ । ଏସବୁ ନକରି, ସମସ୍ତଙ୍କ ପାଖରେ ରଥଯାତ୍ରାକୁ ପହଁଚାଉଥିବା ଟିଭି ଚ୍ୟାନେଲ ଗୁଡିକ ଉପରେ ଛାଟ ଲଗାଇବା କେତେ ଦୂର ସମୀଚୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.