ସୁସ୍ଥ ହେଲେ ମହାପ୍ରଭୁ, ଅନବସରର ଦ୍ବାଦଶୀ ତିଥିରେ ସ୍ବତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଗଜପତିଙ୍କୁ ସୁସ୍ଥତାର ସନ୍ଦେଶ ଦେଲେ ସେବାୟତ

Published By : Prameya-News7 Bureau | June 30, 2019 IST

ପୁରୀ ୩୦।୬: ସୁସ୍ଥ ହେଇଛନ୍ତି ମହାପ୍ରଭୁ । ଅନବସରର ଦ୍ୱାଦଶୀ ତିଥୀରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଅର୍ପଣ କରାଯାଇଛି । ଏଥିସହ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲେ।ଚନା କରିଛନ୍ତ ଗଜପତି ।

{"id":129118}

ମହାପ୍ରଭୁ ଏବେ ସୁସ୍ଥ । ଅନବସରର ଦ୍ୱାଦଶୀ ତିଥୀରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହେ।ଇଥିଲା ରାଜପ୍ରସାଦ ବିଜେ ନୀତି । ବର୍ଷ ତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେ।ଇଥିବା ଚନ୍ଦନ, ପାଟଡ଼େ।ର ସହ ଅଣସର ସମୟରେ ଲାଗି ହେ।ଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତି ଓ ପତିମହାପାତ୍ର ସେବାୟତମାନେ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଶ୍ରୀନହରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରି ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେଇଥିଲେ ।

{"id":129119}

ପଞ୍ଚମୀ ତିଥିରେ ଫୁଲୁରି ତେଲ, ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି, ଦଶମୀରେ ଚକାବିଜେ, ଦଶମୂଳମୋଦକ ଓ ଚନ୍ଦନ ଲାଗି ପରେ ମହାପ୍ରଭୁ ସଂପୁର୍ଣ୍ଣ ସୁସ୍ଥ ହୋଇଛନ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହଙ୍କ ଅତ୍ୟଧିକ ଜଳରେ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି । ସୁସ୍ଥ ହେବା ପରେ ମହାପ୍ରଭୁଙ୍କୁ ଘଣାଲାଗି ଓ ବନକ ଲାଗି କରାଯିବ। ଆସନ୍ତା ୨ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

{"id":129120}

ଦ୍ୱାଦଶୀ ତିଥିରେ ଶ୍ରୀନହରରେ ରାଜପ୍ରସାଦ ବିଜେ ସ୍ୱତନ୍ତ୍ର ରୀତିନୀତି ଭାବେ ସଂପାଦିତ ହେବା ପରେ ଗଜପତି ମହାରାଜା ସେବାୟତଙ୍କ ସହ ରଥଯାତ୍ରାକୁ ସୁରୁଖୁରୁରେ ସଂପାଦନ ନେଇ ଆଲେ।ଚନା କରିଥିଲେ । ସେପଟେ ରଥ ନିର୍ମାଣରେ ଜେ।ରସେ।ରରେ ଲାଗି ପଡିଛନ୍ତି ସମସ୍ତ ସେବାୟତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.