Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

୧୫ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ

2/07/2019 at 6:07 PM

ପୁରୀ ୨/୭: ୧୫ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ । ସ୍ନାନପୂର୍ଣ୍ଣିମା ଠାରୁ ଜ୍ବରରେ ପୀଡ଼ିତ ହୋଇ ଅନବସରରେ ନାନାଦି ଚିକିତ୍ସା ପରେ ସୁସ୍ଥ ହୋଇ ଆଜି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଏପଟେ ଚକାଆଖିଙ୍କୁ ଟିକେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିବା ଭକ୍ତ ମନ ମଧ୍ୟ ଅସମ୍ଭାଳ ।….

ଅଣସର  ସରିଲା । ତାଟି ଖୋଲିଲା । ୧୫ ଦିନର ପରେ ଭକ୍ତଙ୍କୁ ଦର୍ଶନ ଦେଲେ କାଳିଆ ସାଆନ୍ତ । ସ୍ନାନପୂର୍ଣ୍ଣିମା ଠାରୁ ଜ୍ବରରେ ପୀଡ଼ିତ ଶ୍ରୀଜିଉ ନାନାଦି ଚିକିତ୍ସା ପରେ ସୁସ୍ଥ ହୋଇ ଆଜି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ଆଜି ଦିନ ସାଢ଼େ ଗୋଟାଏରେ ମଙ୍ଗଳ ଆଳତୀ ଶେଷ ହେବା ପରେ ଅବକାଶ ପୂଜା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ପାରିମାଣିକ ଟିକେଟ୍‌ ଦର୍ଶନ । ଏହାର ଘଣ୍ଟାଏ ପରେ ଆରମ୍ଭ ହୋଇଥିଲା ସାହାଣ ମେଲା ଦର୍ଶନ । ସେପଟେ ଚକାଆଖିଙ୍କୁ ଟିକେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିବା ଭକ୍ତ ମନ ମଧ୍ୟ ଅସମ୍ଭାଳ ।

ଶ୍ରୀବିଗ୍ରହମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶକୁ ନେତ୍ରୋତ୍ସବ ବୋଲି ମଧ୍ୟ କୁହାଯାଏ । ଖଡ଼ିଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆପରି ଉଜ୍ଜ୍ବଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଏ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅନାଇ ରହିଥାନ୍ତି । ସେଇଥି ପାଇଁ ତ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଗହଳି । ଗଲା ୧୫ଦିନ ଧରି ଖାଁ ଖାଁ ହୋଇପଡ଼ିଥିବା ବାଇଶି ପାହାଚ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଆଜି ପୁଣି ପୂରି ଉଠିଥିଲା । ଆଉ ଏତେ ଦିନ ପରେ କାଳିଆ ଠାକୁରଙ୍କ ଦର୍ଶନ ପାଇ ଆନନ୍ଦିତ ଭକ୍ତର ମନ ।

ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସିଂହଦ୍ବାର ସମ୍ନାରେ ତିଆରି ହୋଇଥିବା ବ୍ୟାରିକେଡ୍‌ ଦେଇ ଲମ୍ବା ଧାଡ଼ିରେ ଶ୍ରୀମନ୍ତିରରେ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଭକ୍ତ ।

   Related Posts