Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଦିଆସିଲ କାଠିରେ ପ୍ରସ୍ତୁତ ହେଲା ମହାପ୍ରଭୁଙ୍କ ଚାପ, ବ୍ୟବହୃତ ହୋଇଛି ୨୧୨୦ଟି କାଠି

14/05/2021 at 6:10 PM

ପୁରୀ ୧୪।୫: ଦିଆସିଲ କାଠିରେ ମହାପ୍ରଭୁଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତ ହୋଇଛି ଚାପ । ପୁରୀ କୁମ୍ଭାରପଡା ଅଞ୍ଚଳର ଶାସ୍ବତ ରଞ୍ଜନ ସାହୁ ଏହି ଚାପ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ୪ ଦିନର ପରିଶ୍ରମରେ ୨୧୨୦ଟି ଦିଆସିଲ କାଠିକୁ ନେଇ ଚନ୍ଦନ ଯାତ୍ରାରେ ବ୍ୟବହୃତ ହେଉଥିବା ନନ୍ଦା ଓ ଭଦ୍ରା ଦୁଇଟି ଚାପ ମଧ୍ୟରୁ ଧଳା ଚାପ ଯାହାର ନାମ ନନ୍ଦାର ପ୍ରତିକୃତି ନିର୍ମାଣ କରିଛନ୍ତି ଶାସ୍ବତ ।

ଏହାର ଲମ୍ବ ୨୪ ଇଞ୍ଚ ଓ ପ୍ରସ୍ଥ ୧୯ ଇଞ୍ଚ ରହିଛି । ଏହାକୁ ନିର୍ମାଣ କରିବା ପାଇଁ କେବଳ ଦିଆସିଲ କାଠି ଓ ଅଠା ବ୍ୟବହାର ହୋଇଛି ।

ବୈଶାଖ ଶୁକ୍ଳ ତୃତୀୟା ତିଥି ଅର୍ଥାତ୍ ପବିତ୍ର ଅକ୍ଷୟ ତୃତୀୟାଠାରୁ ଦୀର୍ଘ ୨୧ ଦିନ ବ୍ୟାପୀ ମହାପ୍ରଭୁଙ୍କର ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ମହାମାରୀ କରୋନା ପାଇଁ ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ବାହାର ଚନ୍ଦନ ଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ।

ଏହି କାରଣରୁ ଅନେକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ଯାତ୍ରା ଦେଖିବାରୁ ବଞ୍ଚିତ ହେବାକୁ ଥିବାବେଳେ ଦିଆସିଲ କାଠିରେ ନିର୍ମାଣ ହୋଇଥିବା ଏହି କଳାକୃତିଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ମନମୋହିବ ବୋଲି ଶାସ୍ବତ କହିଛନ୍ତି ।

   Related Posts