ଶ୍ରୀଲଙ୍କାରେ ମିଳିଲା ହନୁମାନଙ୍କ ଜୀବନ୍ତ ଥିବା ପ୍ରମାଣ

Published By : Prameya-News7 Bureau | January 27, 2019 IST

ବିଗତ କିଛି ଦିନ ହେଲା ଆଲୋଚନାରେ ଅଛନ୍ତି ଭଗବାନ ଶ୍ରୀ ହନୁମାନ | ନିକଟରେ ହନୁମାନ ଭଗବାନଙ୍କ ଜାତିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା | ଏହି ପ୍ରସଙ୍ଗରେ ଅନେକ ଲୋକେ ନିଜ ନିଜ ମତ ରଖିଥିଲେ | କିନ୍ତୁ ହନୁମାନଙ୍କ ବିଷୟରେ ଯେତେ କହିଲେ ମଧ୍ୟ କମ ହେବ |

{"id":78730,"width":583,"height":391}

ହିନ୍ଦୁ ପୁରାଣ ଓ ଶାସ୍ତ୍ର ଅନୁସାରେ ୭ଜଣ ମହାପୁରୁଷ ଅମର ହୋଇ ରହିଛନ୍ତି । ସେମାନେ ହେଲେ ଅଶ୍ବସ୍ଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ ଓ ପର୍ଶୁରାମ । ତେବେ ଆଧୁନିକ ମନୁଷ୍ୟ ଏମାନଙ୍କ ଅମରତ୍ବର ପ୍ରମାଣ ଅହରହ ଖୋଜିବାରେ ଲାଗିଛି । ପୁରାଣରେ ବର୍ଣିତ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଶ୍ରୀରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ନିର୍ମାଣ କରିଥିବାର ପ୍ରମାଣ ମିଳି ସାରିବାପରେ ଏବେ ଏହି ମହାପୁରୁଷ ଓ ଦେବତାଙ୍କ ଅମରତ୍ବର ସନ୍ଧାନ ଜାରି ରହିଛି ।

{"id":78731,"width":583,"height":391}


ହନୁମାନଙ୍କୁ ଅମର ବର ମିଳିଥିଲା ବୋଲି ବିଶ୍ୱାସ ରହିଛି | ହେଲେ ସେ ବଞ୍ଚିଥିବାର ଚାକ୍ଷୁଷ ପ୍ରମାଣ ଆଜି ଯାଏଁ ମିଳିନଥିଲା | କିନ୍ତୁ ହନୁମାନ ନିଜ ଭକ୍ତଙ୍କ ଡାକ ଶୁଣି ଭକ୍ତଙ୍କ ପାଖକୁ ଆସନ୍ତି ବୋଲି ଅନେକ ବିଶ୍ୱାସ ରହିଛି | ଏହାସହ ହନୁମାନ ନିଜ ଭକ୍ତଙ୍କ ମନୋସ୍କାମନା ମଧ୍ୟ ପୂରଣ କରନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି | ଶ୍ରୀଲଙ୍କାର ଜଙ୍ଗଲରେ ମାତଙ୍ଗ ନାମକ ଏକ ଜନଜାତି ବସବାସ କରନ୍ତି | ଏହି ଜନଜାତିର ସଂଖ୍ୟା ବହୁତ କମ | ଏହି ଜନଜାତି ଆଦିବାସୀ ଲୋକେ କୁହନ୍ତି ଯେ, ହନୁମାନ ତାଙ୍କୁ ସାକ୍ଷାତ କରିବା ପାଇଁ ଆସନ୍ତି |

{"id":78732,"width":586,"height":321}


ସୂଚନାଯୋଗ୍ୟ ଯେ, ହନୁମାନ ୪ ବର୍ଷ ପୂର୍ବରୁ ହନୁମାନ ଏହି ଆଦିବାସୀ ଜନଜାତିଙ୍କୁ ସାକ୍ଷତ କରିବା ପାଇଁ ଆସିଥିଲେ | ସେମାନେ କୁହନ୍ତି ଯେ, ହନୁମାନ ପୁଣି ୪୧ ବର୍ଷ ପରେ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିବେ |

{"id":78733}


ମାତଙ୍ଗ ଜାତିର ଇତିହାସ ରାମାୟଣ ସହ ଜଡିତ | ହିନ୍ଦୁ ଶାସ୍ତ୍ରରେ ଅନୁସାରେ, ଭଗବାନ ରାମ ସ୍ୱର୍ଗକୁ ଗଲାପରେ ହନୁମାନ ଦକ୍ଷିଣ ଭାରତର ଜଙ୍ଗଲକୁ ଚାଲି ଯାଇଥିଲେ | ସେଠାରେ ମାତଙ୍ଗ ଜାତିର ଲୋକେ ହନୁମାନଙ୍କୁ ବହୁତ ସ୍ୱାଗତ ସତ୍କାର କରିଥିଲେ | ଏଥିରେ ହନୁମାନ ପ୍ରସନ୍ନ ହୋଇ ପ୍ରତି ୪୧ ବର୍ଷ ପରେ ସେମାନଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିବେ ବୋଲି କହିଥିଲେ | ସେହି ଅନୁସାରେ ପ୍ରତି ୪୧ ବର୍ଷରେ ହନୁମାନ ସେମାନଙ୍କୁ ଦର୍ଶନ ଦେଇଆସୁଛନ୍ତି ।

ପୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.