ନିରାଡ଼ମ୍ବର ଭାବେ ବିସର୍ଜନ ହେଲେ ବାବା ବୁଢା ଗଣେଶ, ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | October 08, 2021 IST

ଭଦ୍ରକ, ୦୮/୧୦: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ବୁଢା ଗଣେଶଙ୍କ ବିସର୍ଜନ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଛି । କରୋନା କଟକଣା ପାଇଁ ଏଥର ମଧ୍ୟ ନିରାଡ଼ମ୍ବର ଭାବେ ବିସର୍ଜନ ହୋଇଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ସ୍ଥିତ ବାବା ବୁଢା ଗଣେଶଙ୍କର ରୀତିନୀତି ଅନୁଯାୟୀ ବିସର୍ଜନ ହୋଇଛି । ଏଥର କରୋନା କଟକଣା ପାଇଁ ଶୋଭାଯାତ୍ର ଉପରେ ଅଙ୍କୁଶ ରହିଛି ।

ପୂଜା କମିଟି ତରଫରୁ ବ୍ୟାପକ ସଚେତନତା କରାଯାଇଛି । ଶ୍ରଦ୍ଧାଳୁ ଆସୁଥିଲେ ମଧ୍ୟ କରୋନା କଟକଣା ପାଇଁ ଶୋଭାଯାତ୍ରରେ ସାମିଲ ହୋଇନାହାନ୍ତି । ଜିଲ୍ଲା ପୋଲିସ ତରଫରୁ ବ୍ୟାପକ ସୁରକ୍ଷା  ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.