ମା' ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟା ଜଳ, ନୀତିଦ୍ୱାର ଦେଇ ଦର୍ଶନ କରୁଛନ୍ତି ଭକ୍ତ

Published By : Prameya-News7 Bureau | September 17, 2021 IST

ଆଠଗଡ, ୧୭।୦୯ : ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି ।

ଶୁକ୍ରବାର ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ଏହାପରେ ମୁଖଶାଳାକୁ ବନ୍ଦ କରାଯାଇଛି। ମନ୍ଦିରର ନୀତିଦ୍ବାର ଦେଇ ଭକ୍ତ ଏବେ ଠାକୁରାଣୀଙ୍କୁ ଦର୍ଶନ କରୁଛନ୍ତି । ଯଦି ଆଗକୁ ପାଣି ବଢିବାର ଆଶଙ୍କା ରହିଛି । ମନ୍ଦିର ଭିତରେ ପାଣି ପଶିଲେ ଠାକୁରାଣୀଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.