ଏପ୍ରିଲ ୩୦ରେ ଖୋଲିବ ବଦ୍ରିନାଥ ଧାମ କବାଟ, ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | April 17, 2020 IST

ଗୋପେଶ୍ୱର ୧୭।୪:  ବିଶ୍ୱ ପ୍ରଶିଦ୍ଧ ବଦ୍ରିନାଥ ଧାମର କବାଟ ଖୋଲିବ। ଏଥିଲାଗି ଗୁରୁବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୩୦ ତାରିଖରେ ଭକ୍ତଙ୍କ ଲାଗି ମନ୍ଦିରର କବାଟ ଖୋଲିବ। ତେବେ ତା ପୂର୍ବରୁ ପୂଜାନୀତି କରାଯାଉଥିବା ବଦ୍ରିନାଥ ଧାମ ଧର୍ମାଧିକାରୀ ଭୁବନ ଉନିୟାଲ ଗଣମାଧ୍ୟମକୁ ସୂଚିତ କରିଛନ୍ତି।

{"id":255671,"width":582,"height":385,"sizeSlug":"large"}

ବଦ୍ରିନାଥ ଧାମର କବାଟ ଖୋଲିବା ଲାଗି ପ୍ରଶିଦ୍ଧ ଯୋଶୀ ମଠ ନୃଶିଂହ ମନ୍ଦିରରେ ଏବେ ପୂଜାର୍ଚ୍ଚନା ହେଉଛି। ଏଥିରେ ତିମୁଣ୍ଡ୍ୟା ବୀରଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯାଉଛି। ଏପ୍ରିଲ ୨୫ ତାରିଖରେ ତିମୁଣ୍ଡ୍ୟାଙ୍କ ସାର୍ବଜନିକ ପୂଜା ହେବ। ତେବେ ଏଥିରେ ଲୋକଙ୍କ ଭିଡ ଜମିବ ନାହିଁ ବୋଲି ଧର୍ମାଧିକାରୀ କହିଛନ୍ତି।

{"id":255672,"width":581,"height":508,"sizeSlug":"large"}

ତେବେ ମନ୍ଦିର ଖୋଲାଯିବା ପର୍ଯ୍ୟନ୍ତ ପ୍ରତିଦିନ ବୈଦିକ ମନ୍ତ୍ରୋଚାରଣରେ ନବଦୁର୍ଗା ପୂଜନ କରାଯିବ। ତେବେ ନବଦୂର୍ଗା ପୂଜନ ଓ ତିମୁମଣ୍ଡ୍ୟା ବୀରଙ୍କ ପୂଜାରେ ଜନସମାବେସ ହେବ ନାହିଁ। ପ୍ରାଚୀନ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ସରିବା ପରେ ଏପ୍ରିଲ ୩୦ ତାରିଖ ଦିନ ମନ୍ଦିରର କବାଟ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.