ଲକଡାଉନ-ନାଇଟ କର୍ଫ୍ୟୁର ସୁଯୋଗ ନେଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ, ଆଲମିରା ଭାଙ୍ଗିବା ବେଳେ ବାଜିଲା ସାଇରନ...

Published By : Prameya-News7 Bureau | May 05, 2021 IST

ରାଇରଙ୍ଗପୁର ୦୫/୦୫ ନାଇଟ କର୍ଫ୍ୟୁ ଓ ଲକଡାଉନର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ବିଭିନ୍ନ ସ୍ଥାନରେ କଳା କନା ବୁଲାଇବା ଆରମ୍ଭ କଲେଣି। ନାଇଟ କର୍ଫ୍ୟୁର ସୁଯୋଗ ନେଇ ବ୍ୟାଙ୍କରେ ଲୁଟ ଉଦ୍ୟମ ଚଳାଇଥିଲେ ଦୁର୍ବୁତ୍ତ। ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗିଦିଘାଟି କାନାରା ବ୍ୟାଙ୍କ ଶାଖାର କାନ୍ଥ ଭାଙ୍ଗି  ଲୁଟ ଉଦ୍ୟମ କରିଥିବା ଖବର ସାମନାକୁ ଆସିଛି।

{"id":448723,"sizeSlug":"large","linkDestination":"none"}

ଦୁଇଜଣ ଦୁର୍ବୁତ୍ତ ରାତି ୨ଟା ବେଳେ ବ୍ୟାଙ୍କର କାନ୍ଥ ଭାଙ୍ଗି ଭିତରକୁ ପଶି ଷ୍ଟ୍ରଙ୍ଗ ରୁମର ୪ଟି ତାଲା ଭାଙ୍ଗି ଟଙ୍କା ଆଲମିରା ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ସିସି ଟିଭି କ୍ୟାମରାରେ କଏଦ ହୋଇଛି। ଆଲମିରା ଭାଙ୍ଗିବା ବେଳେ ବ୍ୟାଙ୍କର ସାଇରନ ବାଜିବା ଫଳରେ ଭୟରେ ଚୋରମାନେ ଫେରାର ହୋଇଯାଇଥିଲେ। ତେବେ ଆଜି ବ୍ୟାଙ୍କ କର୍ମଚାରୀ ମାନେ ତିରିଂ ଥାନାକୁ ଜଣାଇବା ପରେ ପୋଲିସ ସହ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କାନ୍ଥ ଓ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ହାତୁଡି ଓ ଛିନି ଜବତ କରି ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.