ଲୁଟେରୀ ଦୁଲହନର ମାଷ୍ଟର ମାଇଣ୍ଡ ଗିରଫ; ଯୁବତୀଙ୍କୁ ଅପହରଣ କରି କରୁଥିଲା ସଉଦା

Published By : Prameya-News7 Bureau | February 07, 2019 IST

ଅହମଦାବାଦ ୭/୨ : ଗୁଜରାଟ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଲୁଟେରୀ ଦୁଲହନ ଗିରଫ ହୋଇଛି | ସୂବେ ଅଂଚଳର ଯୁବତୀମାନଙ୍କୁ ଅପହରଣ କରି ତାଙ୍କୁ ଲୁଟେରୀ ଦୁଲହନ କରାଯାଉଥିଲା | ଏହାପରେ ଯୁବତୀମାନଙ୍କ ସଉଦା କରାଯାଉଥିଲା | ଏହି ଯୁବତୀଙ୍କ ଧନ୍ଦା ଚଲାଉଥିବା ମହିଳାକୁ ଆଜି ଅହମଦାବାଦ ପୋଲିସ ଗିରଫ କରିଛି | ମହିଳାଙ୍କ ନାଁ ମାୟା ସଥବାରା | ମହିଳା ଗୁଜରାଟର ଅନେକ ଯୁବତୀଙ୍କୁ ଅପହରଣ କରି ଅନ୍ୟ ରାଜ୍ୟକୁ ଚାଲାଣ କରିଥିବା ଜଣାପଡିଛି |

{"id":82997,"width":588,"height":396}


ପୋଲିସ ଅଭିଯୁକ୍ତ ମହିଳା ସହ ତା'ର ଦୁଇ ସହଯୋଗୀ ଆନନ୍ଦ ଏବଂ ଶୈଳେନ୍ଦ୍ରକୁ ମଧ୍ୟ ଗିରଫ କରିଛି | ଏମାନେ ଦୁଇ ଜଣ ଅଟୋ ଚଳାନ୍ତି | ଏହି ଦୁଇ ଅଟୋ ଚାଳକ ନିରୀହ ଯୁବତୀଙ୍କୁ ତାଙ୍କ ମାୟାଜାଲରେ ଫସାଇ ଅଭିଯୁକ୍ତ ମହିଳା ପାଖକୁ ଆଣିଥାନ୍ତି | ଦୁଇ ଅଟୋ ଚାଳକ ପୋଲିସ ଆଗରେ ନିଜ ନିଜ ଦୋଷ ସ୍ୱୀକାର କରିଛନ୍ତି |

{"id":82998}


ମାୟା ଗୁଜରାଟର ୫ଜଣ ଯୁବତୀଙ୍କୁ ଅନ୍ୟ ରାଜ୍ୟରେ ବିକ୍ରି କରିଥିବା ଜଣାପଡିଛି | ଏମାନଙ୍କ ମଧ୍ୟରୁ କେତେକ ଯୁବତୀଙ୍କୁ ମହାରାଷ୍ଟ୍ରରେ ବିକ୍ରି କରିଛି ମାୟା | ଏହି ୫ଜଣ ଯୁବତୀଙ୍କୁ ମାୟା ବିବାହର ପ୍ରଲୋଭନ ଦେଖାଇ ବିକ୍ରି କରିଥିବା ଜଣାପଡିଛି | ବିବାହ ପାଇଁ ଯୁବକଙ୍କ ଫଟୋ ଦେଖାଇ ମାୟା ଯୁବତୀମାନଙ୍କୁ ବିକ୍ରି କରିଥିଲା |

{"id":82999,"width":584,"height":312}


ଏହି କାମ ପାଇଁ ମାୟାକୁ ୧୦ ହଜାର ଟଙ୍କା ମିଳୁଥିଲା ବୋଲି ମାୟା କହିଛି | ଆର୍ଯ୍ୟବ୍ରତ ମଙ୍ଗଳମ ନାମକ ବିବାହ ସଂସ୍ଥା ନାଁରେ ଏମାନେ ଯୁବତୀଙ୍କୁ ଠକୁଥିଲେ ଏବଂ ତାଙ୍କର ବିବାହ କରାଇଦେବା ନାଟକ କରୁଥିଲେ | ମାୟା ଅନେକ ଯୁବତୀଙ୍କ ନାଁ ମଧ୍ୟ ବଦଳାଇ ଦେଇଥିବା ଜଣାପଡିଛି | ଏହି ଯୁବତୀମାନେ ବିବାହ ନାଁରେ ଲୋକଙ୍କ ଘରକୁ ଯାଉଥିଲେ ଏବଂ ମଉକା ପାଇ ସେମାନଙ୍କ ଘରୁ ଟଙ୍କା ପଇସା, ଗହଣା ଲୁଟି ଆଣୁଥିଲେ | ଏହାପରେ ବହୁତ ଚାଲାକିର ସହ ଏହି ଯୁବତୀମାନେ ସେଠାରୁ ବାହାରି ଯାଉଥିଲେ | ପୋଲିସ ଏହି ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.