Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବର ଏବଂ ବରଘର ଲୋକଙ୍କୁ ନିଶା ଦ୍ରବ୍ୟ ଖୁଆଇ ଘରୁ ଟଙ୍କା ଗହଣା ଲୁଟି ଚମ୍ପଟ ମାରୁଥିଲା ଲୁଟେରୀ କନ୍ୟା, ଧରାପଡିଲା ପୋଲିସ ହାତରେ

8/01/2019 at 1:27 PM

ପାଲି ୮/୧ : ରାଜସ୍ଥାନର ପାଲି ଜିଲ୍ଲାର ସୁମେରପୁର ଅଂଚଳରେ ରହୁଥିବା ସୋହନ ସିଂ ନିଜ ସାନ ଭାଇ ସେଲ ସିଂଙ୍କ ବିବାହ ମନୀଷା ପରମାରଙ୍କ ସହ କରାଇଥିଲେ | ୨୦୧୨ ମସିହାରେ ସେଲ ସିଂ ଓ ମନୀଷାଙ୍କ ବିବାହ ହୋଇଥିଲା | ବାହାଘରର ଦିନେ ଦୁଇଦିନ ପରେ ଘର ଲୋକଙ୍କୁ ନିଶା ଦେଇ ମନୀଷା ଘରର ସମସ୍ତ ଜିନିଷ ଲୁଟ କରି ପେରାର ହୋଇଯାଇଥିଲା । ଏ ସଂକ୍ରାନ୍ତରେ ସେଲି ସିଂ ପରିବାର ପକ୍ଷରୁ ପୋଲିସରେ ଖବର ଦିଆଯାଇଥିଲା । ପୋଲିସ ଏବେ ମନୀଷାର ଅସଲ ରୂପ ଉନ୍ମୋଚନ କରିବା ସହ ତାକୁ ଗିରଫ କରିଛି ।  ମନୀଷାଙ୍କ ଘର ଗୁଜରାଟ ମୋଟି ଗାଁରେ | ମନୀଷାଙ୍କର ଏକ ଲୁଟେରା ଗ୍ୟାଙ୍ଗ ସହ ସମ୍ପର୍କ ରହିଥିଲା | ଏହି ଗ୍ୟାଙ୍ଗ ଆଖପାଖ ଅଂଚଳରେ ଲୋକଙ୍କୁ ମିଛ କହି ଲୁଟୁଥିଲେ | ଏହି ଗ୍ୟାଙ୍ଗ ଲୋକଙ୍କୁ ବିବାହ ପ୍ରସ୍ତାବ ଦେଇ ବିବାହ କରି ଲୁଟୁଥିଲେ |

ଏହି ଗ୍ୟାଙ୍ଗ ପ୍ରଥମେ ବଡ ବଡ ଘରର ଯୁବକଙ୍କୁ ଫସାଉଥିଲେ | ପ୍ରଥମେ ଏହି ଗ୍ୟାଙ୍ଗ ଯୁବକର ଜାତି ଗୋତ୍ର ଖବର ନେଉଥିଲେ | ଏହାପରେ ଯୁବତୀଙ୍କୁ ମଧ୍ୟ ସେହି ଜାତିର କହି ଯୁବକଙ୍କ ପାଇଁ ବିବାହ ପ୍ରସ୍ତାବ ଦେଉଥିଲେ | ବିବାହ ପାଇଁ ରାଜି ହେବାପରେ ଏହି ଗ୍ୟାଙ୍ଗ ଯୁବକଙ୍କ ଘରଲୋକଙ୍କ ତରଫରୁ ଏକ ମୋଟା ଅଙ୍କର ଟଙ୍କା ହଡପ କରୁଥିଲେ | ଏହାପରେ ରୀତିନୀତି ଅନୁସାରେ ବିବାହ ମଧ୍ୟ ହେଉଥିଲା | ବିବାହର ଠିକ ଦିନେ ଦୁଇ ଦିନ ପରେ ଯୁବତୀ ଘରଲୋକଙ୍କୁ ନିଶାଦ୍ରବ୍ୟ ଖୁଆଇ ଅଚେତ କରିବା ପରେ ସବୁ ଟଙ୍କା ଗହଣା ଧରି ନିଜ ସାଥିଙ୍କ ସହ ଫେରାର ହେଇଯାଉଥିଲେ | ପ୍ରତ୍ୟେକ ଥର ଏହି ଭଳି ଚାଲ କରି ଏହି ଗ୍ୟାଙ୍ଗ ଲୋକଙ୍କୁ ବୋକା ବନେଇ ଟଙ୍କା ଗହଣା ଲୁଟୁଥିଲେ | ତେବେ ଏଥର ଯୁବତୀ ପୋଲିସ କବଜାରେ ପଡିଗଲେ |

ପାଲି ଜିଲ୍ଲା ପୋଲିସ ସିଆଇଙ୍କ ନେତୃତ୍ୱରେ ଲୁଟେରା ଗ୍ୟାଙ୍ଗକୁ କାବୁ କରିବା ପାଇଁ ଏକ ଟିମ ପ୍ରସ୍ତୁତ କରାଗଲା | ଏହି ଟିମକୁ ଗୁଜରାଟ ପଠାଗଲା | ଗୁଜରାଟରେ ଯୁବତୀ ଜଣକ ଦିବ୍ୟା ବେନ ନାମରେ ରହୁଥିଲେ | ପୋଲିସକୁ ଦିବ୍ୟାର ଫୋନ ନମ୍ବର ମିଳିଥିଲା | ଯାହାଫଳରେ ଯୁବତୀ ପୋଲିସ ହାତରେ ଧରା ପଡ଼ିଥିଲେ | ପୋଲିସ ଦିବ୍ୟାର ମୋବାଇଲ ଟ୍ରେସ କରି ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା | ପ୍ରତ୍ୟେକ ଥର ଗୋଟିଏ ବରଘର ଲୋକଙ୍କୁ ଲୁଟିବା ପରେ ଯୁବତୀ ସିମ ସହ ମୋବାଇଲ ମଧ୍ୟ ବଦଳାଇ ଦେଉଥିଲେ | କିନ୍ତୁ ଏଥର ସେ ସିମ ବଦଳାଇଥିଲେ ହେଲେ କିନ୍ତୁ ମୋବାଇଲ ବଦଳାଇନଥିଲା | ଯାହାଫଳରେ ପୋଲିସ ତାଙ୍କୁ ସହଜରେ କାବୁ କରିଥିଲା | ଦିବ୍ୟା ସ୍ୱୀକାର କରିଛି ଯେ, ସେ ଯୁବକମାନଙ୍କୁ ବିବାହ କରି ବିବାହର ଦିନେ ଦୁଇଦିନ ଭିତରେ ଟଙ୍କା ଘରୁ ଟଙ୍କା ଗହଣା ଧରି ଫେରାର ହୋଇଯାଏ | ତେବେ ପୋଲିସ ଦିବ୍ୟାକୁ ଅଟକ ରଖି ଟଙ୍କା ସାଥିଙ୍କ ବିଷୟରେ ପଚରାଉଚୁରା କରୁଛି | 

   Related Posts