ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ : ପୋଲିସର ବ୍ଲକିଂ ଚେକିଂ ସତ୍ତ୍ବେ ଫେରାର ହୋଇଯାଉଛନ୍ତି ଲୁଟେରା

Published By : Prameya-News7 Bureau | August 01, 2019 IST

ଭୁବନେଶ୍ବର ୧|୮:  ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । କମିଶନରେଟ ପୋଲିସର ବ୍ଲକିଂ ଚେକିଂ ସତ୍ତ୍ବେ ବି ଲୁଟେରାମାନେ ଚତୁରତାର ସହ ଲୁଟ୍ କରି ଫେରାର ହୋଇଯାଉଛନ୍ତି ।

{"id":139607}

ଗତକାଲି ସନ୍ଧ୍ୟାରେ ବଡଗଡ ଥାନା ଅଧୀନରେ ପୁଣି ଏକ ଲୁଟ୍ ଉଦ୍ୟମ ହୋଇଛି । ଟଙ୍କପାଣି ରୋଡରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଛି । ଲୁଟେରାମାନେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଛନ୍ତି ।

{"id":139608}

ସିରିଜ୍ ଲୁଟ ଘଟଣା ପରେ ପୋଲିସ ବ୍ଲକିଂ ଚେକିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ । କିନ୍ତୁ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇପାରିନାହିଁ ପୋଲିସ । ସେପଟେ ଖୁବଶୀଘ୍ର ଅପରାଧୀମାନଙ୍କୁ କାବୁ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.