ଏବେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର: ରାତାରାତି ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା
27/11/2020 at 11:57 AM

ଢ଼େଙ୍କାନାଳ୨୭/୧୧: ଢେଙ୍କାନାଳରେ ମନ୍ଦିରଗୁଡିକୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଏପରି କି ୨ ଦିନରେ ୨ଟି ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ କରିଥିବା ଦେଖାଯାଇଛି। ଗତ କାଲି ଢେଙ୍କାନାଳ ସହରର ଜୁବୁଲି ଟାଉନ ନାଗେଶ୍ୱର ଓ ପାର୍ବତୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଥିବା ବେଳେ ଗତ ରାତିରେ ପୁଣି ଅନ୍ୟ ଏକ ମନ୍ଦିରରୁ ଲୁଟ କରିଥିବା ଜଣାପଡିଛି।
ଗତ ରାତ୍ରିରେ ଲୁଟ ହୋଇଥିବା ମନ୍ଦିର ସହରର କୋର୍ଟ ଛକରେ ଥିବା ବାବା ଆଖଣ୍ଡଳମଣି ଶିବ ମନ୍ଦିର ବୋଲି ଜଣାପଡିଛି। ମନ୍ଦିରର ଗ୍ରିଲ୍ ତାଡି ହୁଣ୍ଡିକୁ ଭାଙ୍ଗି ଦକ୍ଷିଣା ଟଙ୍କାକୁ ଲୁଟି ନେଇଥିବା ଜଣାପଡିଛି। ଆଜି ସକାଳେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ବେଳେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021