ପଲସରରେ ଆସି ମହିଳାଙ୍କ ବେକରୁ ସୁନା ହାର ଝାମ୍ପି ନେଲେ ଲୁଟେରା
22/10/2019 at 12:45 PM

ସୋର୨୨|୧୦: ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ହାର ଲୁଟେରା। ସୋର କୁପାରୀ ରାସ୍ତା ତୁଡିଗଡିଆ ଠାରେ ପଲ୍ସରରେ ଜଣେ ଲୁଟେରା ଦୁତଗତିରେ ସ୍କୁଟି ଆରୋହୀ ମହିଳାଙ୍କ ଠାରୁ ୮୦ ହଜାର ଟଙ୍କା ର ସୁନା ହାର ଲୁଟିନେଇଛି।

ଦୁଇ ମହିଳା ବନ୍ଧୁ ବାହାନଗା ମୁଗୁନିପୁର ଗ୍ରାମର ଗୀତାଞ୍ଜଳି ପାତ୍ର ଓ ନୀଳଗିରିର ନିୟତି ପଣ୍ଡା ସାଙ୍ଗ ହୋଇ ଖଇରା ସାରଡାଙ୍ଗରୁ ବାଲେଶ୍ବର ଯିବା ବେଳେ ତୁଡିଗଡିଆ ଗାନ୍ଧିସ୍କୁଲ ଠାରେ ପଛରୁଲ ପଲ୍ସରରେ ଲୁଟେରା ଆସି ଗୀତାଞ୍ଜଳିଙ୍କ ବେକରୁ ସୁନା ହାର ଲୁଟି ନେଇଛନ୍ତି। ସୋର ପୁଲିସ ଖବର ପାଇବା ପରେ ତନାଘନା ଆରମ୍ଭ କରିଛି।