ATM ଲୁଟ୍ ଘଟଣା : ଡେମୋ ଦେଖାଇଲେ ୨ ଲୁଟେରା, ଭାଇଜାଗ୍ରୁ ୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ସ୍ପେଶାଲ୍ ସ୍କ୍ବାଡ୍
12/12/2020 at 4:04 PM

ଭୁବନେଶ୍ବର ୧୨।୧୨: ଅକ୍ଟୋବର ୧୧ ତାରିଖରେ ପଟିଆ ପିଏନବି ଏଟିଏମରୁ ଲୁଟ୍ ଘଟଣାରେ ଡେମୋ ଦେଖାଇଲେ ଏଟିଏମ ଲୁଟେରା । ଘଟଣାସ୍ଥଳରେ ଏଟିଏମ ଲୁଟ୍ ର ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । କିଭଳି ଏଟିଏମ ଲୁଟ୍ କରୁଥିଲେ ସେ ନେଇ ଡେମୋ ଦେଖାଇଲେ । ଦୁଇ ଅଭିଯୁକ୍ତଙ୍କୁ ଭାଇଜାଗ୍ ସେଣ୍ଟ୍ରାଲ ଜେଲରୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ ।

ପଟିଆ ପିଏନବି ଏଟିଏମ ଲୁଟ୍ କରିବା ପରେ ଲୁଟ୍ ପରେ ଦୁଇ ଅଭିଯୁକ୍ତ ଦିଲ୍ଲୀ, ପଞ୍ଜାବ, ବେଙ୍ଗାଲୁରୁ ଓ ଭାଇଜାଗ୍ ପଳାଇଥିଲେ । ଅକ୍ଟୋବର ୨୦ରେ ଭାଇଜାଗରେ ଏଟିଏମ୍ ଲୁଟ୍ କରୁଥିବା ବେଳେ ସ୍ଥାନୀୟ ପୋଲିସ ଦ୍ବାରା ଧରାପଡିଥିଲେ । ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ତିନି ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ସ୍ପେଶାଲ ସ୍କ୍ବାର୍ଡ ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021