ସୋରରେ ମାତିଲେ ଲୁଟେରା : ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | January 19, 2020 IST

ବାଲେଶ୍ଵର ୧୯/୧: ବାଲେଶ୍ଵର ଜିଲ୍ଲା ସୋରରେ ମାତିଲେ ଲୁଟେରା । ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ । ଆଉ ବେସରକାରୀ ଫାଇନ୍ସାସ  କର୍ମଚାରୀମାନଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା । ୩ଜଣ ଲୁଟେରା ବାଇକରେ ଆସି ଆତଙ୍କରାଜ ଚଳାଇଥିଲେ । ଭୟଭୀତ କରି ଦୁର୍ବୃତ୍ତ ମାନେ ୧ ଲକ୍ଷ ୬ ହଜାର ଟଙ୍କା ସହ ଦୁଇଟି ମୋବାଲଲ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

{"id":213392,"sizeSlug":"large"}

୧୬ନଂ ଜାତୀୟ ରାଜପଥ ନାୟକ ବନ୍ଦ ଠାରେ ଏହି  ଘଟଣା ଘଟିଛି । ସୋର ଥାନା ଭୀମେଇ ଗାଁରୁ ଏକ ବେସରକାରୀ ସଂସ୍ଥାର ଫାଇନ୍ସାସ କର୍ମଚାରୀ ଜଗନ୍ନାଥ ସ୍ବାଇଁ ଓ ମହିଳା କର୍ମଚାରୀ ରଶ୍ମିରେଖା ଦାସ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ ଟଙ୍କା କଲେକ୍ସନ କରି ଅଫିସ୍ ଫେରୁଥିଲେ ।

{"id":213393,"sizeSlug":"large"}

ଫେରିବା ବାଟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । କର୍ମଚାରୀଙ୍କ ମୁଣ୍ଡ, ହାତରେ ଗଭୀତ ଆଘାତ ଲାଗିଛି । ଉଭୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲୁଟେରା ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ଖବର ପାଇ ସୋର ପୁଲିସ ଘଟଣାର ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.