Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସୁନା ସଫା କରିବା ବାହାନାରେ ମହିଳାଙ୍କଠାରୁ ଦେଢଭରି ସୁନା ଲୁଟିନେଲେ ଲୁଟେରା

22/10/2019 at 12:55 PM

ସୋର୨୨|୧୦: ଅଭିନବ ଉପାୟରେ ଲୁଟ ।ଅଳଙ୍କାର  ସଫା କରିବା ବାହାନାରେ ମହିଳା ଠାରୁ ଲୁଟ କରି ଫେରାର ଲୁଟେରା ।ବାଲେଶ୍ଵର ଜିଲ୍ଲା ସୋର ଥାନା ବାଳଙ୍ଗ ଗ୍ରାମରେ ସୁବାସୀନ ସେଠିଙ୍କ ଠାରୁ ଦେଢ଼ ଭରି ଓଜନର ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ସୁବାସୀନ ଘରେ ଏକୁଟିଆ ଥିବାବେଳେ ୨ଜଣ ଲୁଟେରା ଏକ ବାଇକ ଯୋଗେ ଆସିଥିଲେ । ଠାକୁର ଘର ବାସନ ସଫା କରିବା ପାଈଁ ସେମାନେ କହିଥିଲେ ।ଠାକୁର ଘର ବାସନ ସଫା କରିବାପରେ ସୁନା ଅଳଙ୍କାର ବି ସେମାନେ ସଫା କରନ୍ତି ବୋଲି କହିଥିଲେ ।ଫଳରେ ସୁବାସିନୀ ସେମାନଙ୍କୁ ତାଙ୍କ ସୁନା ଅଳଙ୍କାର ମଧ୍ୟ ସଫା କରିବାକୁ ଦେଇଥିଲେ ।

ସୁନା ସଫା  ଚାଲିଥିବାବେଳେ ଲୁଟେରା ମାନେ ପାଣି ପିଇବୁ ବୋଲି କହିଥିଲେ । ଫଳରେ ସୁବାସିନୀ ପାଣି ଆଣିବାକୁ ଘରକୁ ଯାଇ ଆସି ଦେଖିଲା ବେଳକୁ ସେମାନେ ସୁନ ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି । କିଛି ଦିନ ଧରି ସୋର ଅଞ୍ଚଳରେ ନୂଆ ନୂଆ ଉପାୟରେ ଲୁଟେରା ଲୁଟ କରି ଚାଲିଛନ୍ତି ।ପୋଲିସ ହାତ ବାନ୍ଧି ବସିଛି ।

   Related Posts