ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଲୁଟ୍‌ର ଶିକାର ହେଲେ ଶିକ୍ଷୟିତ୍ରୀ, ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 18, 2021 IST

ବଲାଙ୍ଗୀର ୧୮।୯: ଶିକ୍ଷୟିତ୍ରୀଙ୍କଠାରୁ ଲୁଟି ନେଲେ ୨ ଲକ୍ଷ ଟଙ୍କା ।  ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ସଇଁନ୍ତଳା ବ୍ଲକ ସିଶକେଲା ଗ୍ରାମ ପଂଚାୟତ ସିଂ ବାହାଲି ଅନ୍ତର୍ଗତ  ଭୁଏରପଡା ଗ୍ରାମର ସସ୍ମିତା ତାଣ୍ଡି।  ସିଂ ବାହାଲି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରନ୍ତି । ଶନିବାର ନିଜର ସ୍ବାମୀ ଗୋବିନ୍ଦ ବାଗଙ୍କ ସାଙ୍ଗରେ ସଇଁନ୍ତଳା ଷ୍ଟେଟ୍ ବ୍ୟାଙ୍କକୁ ଆସିଥିଲେ । ସେଠାରେ ଘର ଋଣ ବାବଦକୁ ୨ ଲକ୍ଷ ଟଙ୍କା କାଢି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ କିଛି କାମ ପାଇଁ ଯାଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ଆସି ଟଙ୍କା ଥିବା ବ୍ୟାଗକୁ ଛଡାଇ ନେଇ ଫେରାର ମାରିଥିଲେ । ପରେ ଶିକ୍ଷୟିତ୍ରୀ ଜଣଙ୍କ ଚିତ୍କାର କରିବାରୁ ଲୋକମାନେ ଆସିଥିଲେ । ପରେ ଖବର ପାଇଁ ସଇଁନ୍ତଳା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.