କଳା ପଲସର ଆତଙ୍କ , ଲୁଟି ନେଲେ ୧ ଲକ୍ଷ ୪୧ ହଜାର ଟଙ୍କା

Published By : Prameya-News7 Bureau | November 05, 2019 IST

୫/୧୧: ବାଲିପାଟଣା (ସଂଜୀବ ଦାଶ) -ବାଲିପାଟଣାରେ ଫାଇନାନସ୍ କମ୍ପାନିକୁ ପୁଣି ଟାର୍ଗେଟ୍ । ବନ୍ଧୁକ ଦେଖାଇ ଲୁଟେରା ଲୁଟି ନେଲେ ୧ ଲକ୍ଷ ୪୧ ହଜାର ଟଙ୍କା ।

ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ କର୍ମଚାରୀ ଦିଲ୍ଲିପ ବେହେରା ବଳଭଦ୍ରପୁର ଗ୍ରାମରୁ କଲେକ୍ସନ୍ କରି ବାଲିପାଟଣା ଆକ୍ସିସ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ ପାଇଁ ଆସୁଥିଲେ । ବାଲିପାଟଣା ଥାନା ମଧୁବନ ଛକ ନିକଟରେ ଦୁଇ ଜଣ ଲୁଟେରା କଳା ପଲ୍‌ସର୍ ରେ ଆସି ଦିଲ୍ଲୀପଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ । ପରେ ଦିଲ୍ଲୀପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ନେଇ ଯାଇଥିଲେ । ଆକ୍ରମଣରେ ଦିଲ୍ଲୀପ ସାମାନ୍ୟ ଆହତ ହୋଇଛନ୍ତି ।

ଏ ନେଇ ଦିଲ୍ଲୀପ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପାଟଣା ଅଂଚଳରେ ଫାଇନାନସ୍ କମ୍ପାନୀଙ୍କୁ ବାରମ୍ବାର ଟାର୍ଗେଟ କରି ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଫାଇନାନସ୍ କର୍ମଚାରୀ ଏହି ଲୁଟ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.