ବ୍ୟାଙ୍କ ଆଗରୁ ଦୁଗ୍ଧ ସମବାୟ ସମିତି ସମ୍ପାଦକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା
6/07/2019 at 5:47 PM

ଜଗତସିଂହପୁର୭|୬: ଜଗତସିଂହପୁର ଜିଲ୍ଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରୁ ଦିନ ଦି ପହରେ ଲୁଟ ହୋଇଛି । ଦୁଗ୍ଧ ସମବାୟ ସମିତି ସମ୍ପାଦକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ କରି ୨ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତମାନେ ବାଇକରେ ଆସିଥିଲେ ।
ବିଲ ପୋଖରିଆପଡା ସାଇକୃପା ଦୁଗ୍ଧ ସମବାୟ ସମିତିର ସମ୍ପାଦକ ଦୀପକ ସାହୁ ଏରସମା ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କରୁ କ୍ଷୀର ଚାଷୀଙ୍କୁ ବାଣ୍ଟିବା ପାଇଁ ଟଙ୍କା ଉଠାଇ ବ୍ୟାଙ୍କ ଆଗରେ ବସିଥିବା ବେଳେ ହାତରୁ ଟଙ୍କାଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଏ ସମ୍ପର୍କରେ ଏରସମା ଥାନାରେ ଏତାଲା ହେବାପରେ ଏରସମା ପୋଲିସ ଗଟଣାର ତଦନ୍ତ କରୁଛି ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021