ମାତିଛନ୍ତି ଛିନତାଇ ଗ୍ୟାଙ୍ଗ, ଝିଅକୁ ଟିଉସନରୁ ନେବାକୁ ଆସିବା ବେଳେ ଝାମ୍ପି ନେଲେ ସୁନା ଚେନ

Published By : Prameya-News7 Bureau | April 09, 2021 IST

ଭଦ୍ରକ, ୦୯/୦୪: ଭଦ୍ରକ ଜିଲ୍ଲାରେ ମାତିଛନ୍ତି ଲୁଟେରା । ଦିନ ଦ୍ୱି-ପ୍ରହରରେ ଛିନତାଇ କରୁଛନ୍ତି ଗ୍ୟାଙ୍ଗ । ସକାଳୁ ବସ ଯାତ୍ରୀଙ୍କ ଠାରୁ ସୁନା ଚେନ ଲୁଟି ମାଡ଼ ଖାଇ ଜଣେ ଲୁଟେରା ଫେରାର ହେବା ପରେ ପୁଣି ଭଦ୍ରକ ସହର ବାଇପାସ ଜଗନ୍ନାଥ ମନ୍ଦିର ନିକଟରେ ପୁଣି ଲୁଟ ହୋଇଥିବା ଜଣାପଡ଼ିଛି ।

ଭଦ୍ରକ ସହରର ଗୋପବନ୍ଧୁ ନଗରରେ ରହୁଥିବା ସସ୍ମିତା ସୁତାର ନାମକ ମହିଳା ଝିଅକୁ ଟିଉସନରୁ ନେବାକୁ ଆସିଥିବା ବେଳେ ଦୁଇ ଜଣ ଲୁଟେରା ସୁନା ଚେନ ଝାମ୍ପି ନେଇ ପଳାଇଛନ୍ତି । ସୂଚନାଯୋଗ୍ୟ ଯେ, ଟାଉନ ଥାନା ଅନ୍ତର୍ଗତ ବାଇପାସ ଜଗନ୍ନାଥ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ମହିଳା ନିଜ ସାନ ଝିଅ ସହ ବଡ ଝିଅକୁ ନେବାକୁ ଆସିଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ।

ପରେ ମହିଳା ଜଣକ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ପହଂଚି ଛାନବିନ ଆରମ୍ଭ କରିଛି । ତେବେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଲୁଟେରା ଚେନ ଲୁଟୁଥିବା ସ୍ପଷ୍ଟ ଦୃଶ୍ୟ କଏଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.