ବନ୍ଧୁକ ମୁନରେ ଲୁଟ
29/05/2018 at 6:31 AM

ନୀଳଗିରି ଥାନା ସଜନାଗଡ ଅଞ୍ଚଳରେ ଡକାୟତି । ଭୁଜାଲିରେ ଆକ୍ରମଣ ପରେ ବନ୍ଧୁକ ମୁନରେ ଲୁଟିଲେ । ଲୁଟର ଶିକାର ହୋଇଛନ୍ତି ବେହେରାସାହି ଗାଁର ଶ୍ରୀନିବାସ ବେହେରା ଓ ତାଙ୍କ ସ୍ତ୍ରୀ । ସୋମବାର ରାତି ୧୦ଟାରେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ୨ଟି ମୋଟର ସାଇକେଲରେ ୩ ଜଣ ଆସି ଫାଙ୍କା ଗୁଳି ଚାଳନା କରିବା ସହ ଭୁଜାଲିରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ନେଇଯାଇଛନ୍ତି । ଲୁଟ୍ ପରେ ଡକାୟତମାନେ ନୀଳଗିରି ଆଡକୁ ପଳାଇ ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପାଖରେ ଇଟାଭାଟିରେ ଲାଗିଥିବା ସିସିଟିଭି ଯାଞ୍ଜ କରିଛି ପୋଲିସ ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021