ବୃଦ୍ଧଙ୍କଠାରୁ ସାଢେ ଚାରି ଲକ୍ଷ ଟଙ୍କା ଲୁଟ୍ ବେଳେ ଯୁବକଙ୍କୁ ଧରି ନିସ୍ତୁକ ପିଟିଲେ ଲୋକେ

Published By : Prameya-News7 Bureau | March 06, 2020 IST

ବାସୁଦେବପୁର ୬।୩: ଭଦ୍ରକ ବାସୁଦେବପୁର ବୃଦ୍ଧଙ୍କଠୁ ଟଙ୍କା ଝାମ୍ପି ନେବାବେଳେ ଧରାପଡ଼ିଲେ ଯୁବକ । ବୃଦ୍ଧ ଜଣଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ସାଢେ ୪ ଲକ୍ଷ ଟଙ୍କା ଉଠାଇ ଯାଉଥିବା ବେଳେ ଝାମ୍ପି ନେଉଥିଲେ ଯୁବକ । ସ୍ଥାନୀୟ ଲୋକେ ଯୁବକଙ୍କୁ ଧରି ନିସ୍ତୁକ ପିଟି ପୋଲିସ ଜିମା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାସୁଦେବପୁର ସାନ କୃଷ୍ଣଚନ୍ଦ୍ରପୁରର ପୂର୍ବତନ ସରପଞ୍ଚ ଗୌରହରି ଜେନା (୬୫) ସାଢେ ୪ ଲକ୍ଷ ଟଙ୍କା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଉଠାଇ ଜଣଙ୍କୁ ଦେବାକୁ ଗ୍ରାମ୍ୟ ବ୍ୟାଙ୍କରେ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଯୁବକ ଆସି ତାଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲେ । ଲୁଟ୍ ପରେ ବୃଦ୍ଧ ଜଣଙ୍କ ଚିତ୍କାର କରି ଡାକ ପକାଇବାରୁ ଲୋକେ ସମ୍ପୃକ୍ତ ଯୁବକକୁ ଗୋଡ଼ାଇ ମାଡ଼ି ବସିଥିଲେ । ପରେ ସଂପୃକ୍ତ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି ଲୋକେ । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ଶ୍ରୀରାମ ଦାଶ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଅଂଚଳରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.