Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନକଲି ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍‌, ସୀମା ପାର୍‌ ଲୁଟେରାଙ୍କୁ କାବୁ କଲେ ଗାଁଲୋକେ

7/10/2021 at 1:12 PM

ମାଲକାନଗିରି ୦୭।୧୦: ନକଲି ବନ୍ଧୁକ ଦେଖାଇ ଚୋରି ଉଦ୍ୟମ ବେଳେ ଧରିଲା ପୋଲିସ । ମାଲକାନଗିରି ଜିଲ୍ଲାରୁ ଛତିଗଗଡ଼ ନାରାୟଣପୁର ଜିଲ୍ଲାର ଏକ ଡକାୟତ ଗ୍ୟାଙ୍ଗକୁ ଧରିଛି ପୋଲିସ । ମାଲକାନଗିରି ଜିଲ୍ଲା ଉଡୁପା ଗାଁରେ ଦେଖିବାକୁ ଘଟିଛି ଏପରି କିଛି ଘଟଣା ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ନାରାୟଣପୁର ଅଞ୍ଚଳର ୭ଜଣ ଚୋର ମାଲକାନଗିରି ଜିଲ୍ଲା ଉଡ଼ପା ଗାଁରେ ଚୋରି କରିବା ଉଦ୍ଦେଳ୍ୟରେ ପ୍ରବେଶ କରିଥିଲେ । ଚୋରମାନେ ଉଡ଼ପା ଗାଁରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗାଁର କିଛି ଲୋକେ ଏହି ଚୋରି ଗ୍ୟାଙ୍ଗକୁ ଦେଖିଥିଲେ । ଏହାପରେ ସେମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେହି ଚୋରମାନେ ନକଲି ବନ୍ଧୁକ ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିଲେ ।

ତେବେ ୭ଜଣ ଚୋରଙ୍କ ମଧ୍ୟରୁ ୪ଜଣ ଖସି ପଳାଇଥିବା ବେଳେ ତିନିଜଣଙ୍କୁ  କାବୁ କରିଥିଲେ ଗ୍ରାମବାସୀ  । ଗାଁ ଲୋକେ ସେହି ୩ଜଣଙ୍କୁ କାବୁ କରି ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ଜବତ କରି ମାଲକାନଗିରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଚୋରମାନଙ୍କୁ ଥାନାକୁ ଆଣିଥିଲେ । ସେଠାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

   Related Posts