ବେଳା ପଡିଗଲା ଖରାପ : ଲୁଟ୍ କରି ଖସିବା ବେଳେ ବାଇକରୁ ସରିଗଲା ପେଟ୍ରୋଲ, ଲୁଟେରାଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | October 04, 2020 IST

ଭୁବନେଶ୍ୱର ୦୪।୧୦: ଲୁଟ୍ କରି ଖସି ଯିବା ବେଳେ ବାଇକରୁ ସରିଗଲା ପେଟ୍ରୋଲ । ୨ ଲୁଟେରାଙ୍କୁ ନିସ୍ତୁକ ପିଟିଲେ, ଖଣ୍ଡଗିରି ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକ । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ବର ଘାଟିକିଆ ଅଞ୍ଚଳରେ ।

ମୋବାଇଲ୍ , ସୁନା ଚେନ୍  ଲୁଟିବା ପେସା ଥିଲା । ଆଖି ପିଛୁଳାକେ ଲୋକଙ୍କଠୁ ଜିନିଷ ଛଡ଼ାଇବାରେ ମାହିର୍  ଥିଲେ। ନିଛାଟିଆ ରାସ୍ତାରେ ଦୀର୍ଘ ଦିନ ଧରି ଏମିତି ଆତଙ୍କ ଖେଳାଇଥିଲେ ହେଁ କେବେ ବି ଧରାପଡୁନଥିଲେ। କିନ୍ତୁ ଆଜି ବେଳା ଖରାପ ଥିଲା । ଲୁଟିବା ପରେ ଖସିବାକୁ ଉଦ୍ୟମ ବେଳେ ବାଇକ୍ ରୁ ପେଟ୍ରୋଲ ସରିଗଲା । ଯାହାକି ମହଙ୍ଗା ପଡିଛି ଲୁଟେରା ଗ୍ୟାଙ୍ଗକୁ ।ସ୍ଥାନୀୟ ଲୋକଙ୍କୁ ନିସ୍ତୁକ ମାଡ଼ ଖାଇଛନ୍ତି । ଭୁବନେଶ୍ବର ଖଣ୍ଡଗିରି ଥାନା ଅଧୀନ ଘାଟିକିଆ ଅଞ୍ଚଳରେ ବିଳମ୍ବିତ ରାତିରେ ଏମିତି ଘଟଣା ଦେଖିବାକୁ ମିଳିଛି । ୨ ଜଣ ଲୁଟେରାଙ୍କୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖିଛି ।

କଳିଙ୍ଗନଗର-ଘାଟିକିଆ ରାସ୍ତା ଦେଇ ବାଇକ୍  ଯୋଗେ ଘରକୁ ଫେରୁଥିଲେ ଜଣେ ବ୍ୟକ୍ତି । ସେ ଫୋନ୍ ରେ ଗପି ଗପି ଯାଉଥିଲେ। ଘାଟିକିଆ ଛକ ନିକଟରେ ଗୋଟିଏ ବାଇକ୍ ରେ ୩ ଲୁଟେରା ତାଙ୍କ ପିଛା କରି ମୋବାଇଲ୍  ଛଡ଼ାଇ ନେଇ ଯାଇଥିଲେ । ଲୁଟେରାମାନେ ଘାଟିକିଆ ଆଡୁ ସମ୍  ହସ୍ପିଟାଲ ଆଡେ ଖସିବା ବେଳେ ଘାଟିକିଆ ଅଞ୍ଚଳର ସୁପରମାର୍ଟ ଛକଠାରେ ପେଟ୍ରୋଲ ସରି ଯାଇଥିଲା । ପିଛା କରୁଥିବା ସ୍ଥାନୀୟ ଲୋକ ରାସ୍ତାରେ ସେମାନଙ୍କୁ ମାଡ଼ି ବସିଥିଲେ । କୌଶଳକ୍ରମେ ଜଣେ ଲୁଟେରା ଅନ୍ଧାରରେ ଖସି ପଳାଇଥିଲା । ଅନ୍ୟ ୨ ଲୁଟେରାଙ୍କୁ ଲୋକମାନେ ନିସ୍ତୁକ ମାଡ଼ ମାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.