ପୋଲିସ୍‌ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ୍, ଏଟିଏମ୍ ଲୁଟ ଯୋଜନା ବେଳେ ଧରିଲା ପୋଲିସ

Published By : Prameya-News7 Bureau | December 13, 2020 IST

ପୁରୀ ୧୩।୧୨: ଏଟିଏମ୍ ଲୁଟ ଯୋଜନା କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁରୀ ବଳିଆପଣ୍ଡା ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କୁମ୍ଭାରପଡା ଥାନା ସୁଦର୍ଶନ ନଗର ଅଞ୍ଚଳର ରାଜା ଓରଫ ରାଜେଶ ବାରିକ, ପେଣ୍ଠକଟା ଭୂଦାନ ନଗରର ରବି ସୁବୁଦ୍ଧି, ମହେନ୍ଦ୍ର ସାହୁ, ଜଗନ୍ନାଥ ବଲ୍ଲଭ ଅଞ୍ଚଳର ଚନ୍ଦନ ଦାସ ଏବଂ ବଳିଆପଣ୍ଡା ବସ୍ତି ଅଞ୍ଚଳର ମାଧବ ମଣ୍ଡଳ। ଏମାନଙ୍କ ଠାରୁ ପୋଲିସ ଦୁଇଟି ଚୋରା ମୋଟର ସାଇକେଲ, ଏକ ଅଫୁଟା ବୋମା ସହ କଟର ମେସିନ୍ ଓ ମାରଣାସ୍ତ୍ର ଜବତ କରିଛି। ମାଷ୍ଟର ମାଇଣ୍ଡ ରାଜା ଓରଫ ରାଜେଶ ବାରିକ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି। ରାଜା ସମେତ ତାର ସହଯୋଗୀ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.