ଆଉ ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ : ରସଗୋଲା ପୂଜା କରି ବାହାରିଥିଲେ ଲୁଟ୍ କରିବାକୁ, ୪ ଜଣଙ୍କୁ ମାଡି ବସିଲା ପୋଲିସ

Published By : Prameya-News7 Bureau | January 27, 2022 IST

ଭୁବନେଶ୍ବର ୨୭।୧: ରାଜଧାନୀରୁ ଆଉ ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ । ଧରାପଡିଲେ ୪ ଜଣ ଲୁଟେରା । ରସଗୋଲା ପୂଜା କରି ଲୁଟ୍‌ କରିବାକୁ ବାହାରିଥିଲେ । କମିଶନରେଟ୍ ପୋଲିସ ହାତରେ ଧରାପଡିଗଲେ ।

ଉଲ୍ଲେଖଯୋଗ୍ୟ ଯେ, ରବି ଟକିଜ୍‌ ଓ ନୟାପଲ୍ଲୀ ଅଞ୍ଚଳର ୨ଟି ମେଡିସିନ ଦୋକାନରୁ ଏମାନେ ଲୁଟ୍ କରିଥିଲେ । ଧରାପଡିଥିବା ଲୁଟେରାମାନେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ପୋଲିସ କହିଛି । ଲୁଟେରାମାନେ ବାଂଲାଦେଶ ଓ ବ୍ରହ୍ମପୁର ଅଞ୍ଚଳ ପରେ ଭୁବନେଶ୍ବରରୁ ଲୁଟ୍‌ କରିଥିଲେ । ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.