ଗାଡି ଚୋରୀ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୫ ଗିରଫ, କାର୍ ଓ ଅଟୋ ସହ ୧୭ବାଇକ୍ ଜବତ

Published By : Prameya-News7 Bureau | August 02, 2020 IST

ପୁରୀ ୨।୮: ଗାଡି ଚୋରି କରୁଥିବା ଏକ ବଡ ଗ୍ୟାଙ୍ଗକୁ ଧରିଲା ପୁରୀ ପୋଲିସ । ଏମାନଙ୍କ ନିକଟରୁ ଏକ କାର, ଏକ ଅଟୋ ଓ ୧୭ ଟି ବାଇକ୍ ଜବତ ହୋଇଛି । ଏହାସହ ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ତାଳବଣିଆ ଥାନା ସର୍ବୋଦୟ ନଗରରେ ରହୁଥିବା ସରୋଜ ପ୍ରଧାନଙ୍କ କାର ଚୋରୀ ଘଟଣାରେ ପୋଲିସ ତଦନ୍ତ କରି କୁମ୍ଭାରପଡ଼ା ଅଞ୍ଚଳର ନାରାୟଣ ବେହେରାକୁ ଗିରଫ କରି ଚୋରି କାର ଜବତ କରିଛି ।

{"id":308881,"sizeSlug":"large"}

ସେହିପରି ତାଳବଣିଆ ଥାନାରେ ଏକ ବାଇକ୍ ଚୋରି ମାମଲାର ତଦନ୍ତ କରି ପୋଲିସ ବ୍ରହ୍ମଗିରି ଅଞ୍ଚଳର ଆସିକ୍ ଖାଁକୁ ଗିରଫ କରିଛି । ଆସିକଠାରୁ ୧୭ଟି ଚୋରି ବାଇକ ଜବତ ହୋଇଛି । ଆସିକ ଖାଁ ଚୋରା ବାଇକ୍ ବିକ୍ରି କରିଥିବା ତିନିଜଣଙ୍କ ସମେତ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.