ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ୍ : ଚୌଦ୍ବାର ଓଟିଏମରୁ କରୁଥିଲେ ଯନ୍ତ୍ରାଂଶ ଚୋରି

Published By : Prameya-News7 Bureau | January 06, 2020 IST

କଟକ ୬/୧: ଚୌଦ୍ୱାର ଓଡିଶା ଟେକ୍ସଟାଇଲ ମିଲସରୁ ଯନ୍ତ୍ରାଂଶ ଚୋରି କରୁଥିବା ଗ୍ୟାଙ୍ଗ ଗିରଫ । ଗତକାଲି ରାତିରେ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଚୌଦ୍ୱାର ପୋଲିସ । ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ପରିତ୍ୟକ୍ତ ଓଟିଏମ୍  ପରିସରରୁ କିଛି ମୂଲ୍ୟବାନ ଯନ୍ତ୍ରାଂଶ ଚୋରିକରି ଏକ ଯାତ୍ରୀବାହୀ ଅଟୋ ରେ ନେଉଥିବାର ସୂଚନା ପାଇ ପୋଲିସ ଉକ୍ତ ଅଟୋକୁ ପିଛା କରି ମଙ୍ଗୁଳି ହାଇଲେବଲ ପୋଲ ନିକଟରୁ ଧରିବାରେ ସଫଳ ହୋଇଥିଲେ।

{"id":207512,"sizeSlug":"large"}

ଅଟୋ ମଧ୍ୟରେ ଥିବା ମୂଲ୍ୟବାନ ଯନ୍ତ୍ରାଂଶ କୁ ଜବତ କରିବା ସହ ଡ୍ରାଇଭର ସମେତ ତିନି ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।ପୋଲିସ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି । ଏହି ଚୋରି ପ୍ରକ୍ରିୟା ନିୟମିତ ଭାବେ ଚାଲୁଥିବା ଜଣା ପଡ଼ିଛି। ଓଟିଏମ ବନ୍ଦ ହେବାପରେ ବହୁ ପ୍ରଭାବ ଶାଳୀ ଲୋକଙ୍କ ଛତ୍ର ଛାୟା ତଳେ ଏକ ରାକେଟ ଏହି ଚୋରି ଘଟଣାରେ ସଂପୃକ୍ତ ରହି ବିପୁଳ ମୁନାଫା କମାଉଥିବାର ଜଣାପଡିଛି।

{"id":207513,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.